କନକ ବ୍ୟୁରୋ : ରାଷ୍ଟ୍ରପତି ନିର୍ବାଚନର ଫଳାଫଳକୁ ସାରା ଦେଶ ଅପେକ୍ଷା କରିଥିବା ବେଳେ ଏବେ ଗଣତିର ଦ୍ୱିତୀୟ ପର୍ଯ୍ୟାୟ ଫଳାଫଳ ପ୍ରକାଶ ପାଇଛି । ଦ୍ୱିତୀୟ ପର୍ଯ୍ୟାୟରେ ବି ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ବିରୋଧୀ ମେଣ୍ଟର ପ୍ରାର୍ଥୀ ୟଶୱନ୍ତ ସିହ୍ନାଙ୍କ ଠାରୁ ଆଗରେ ଅଛନ୍ତି । ଦ୍ୱିତୀୟ ପର୍ଯ୍ୟାୟ ଫଳାଫଳ ମୁତାବକ ଦ୍ରୌପଦୀ ମୁର୍ମୁଙ୍କୁ ୧୩୪୯ ଭୋଟ ମିଳିଥିବା ବେଳେ ୟଶୱନ୍ତ ସିହ୍ନାଙ୍କୁ ୫୩୭ ଭୋଟ ମିଳିଛି ।

Advertisment

କହିରଖୁ କି ଏବେ ୧୦ ଟି ରାଜ୍ୟର ଭୋଟ ଗଣତି ସମାପ୍ତ ହୋଇଛି । ଏହି କ୍ରମରେ ପ୍ରଥମ ପର୍ଯ୍ୟାୟ ବ୍ୟତୀତ ଦ୍ୱିତୀୟ ପର୍ଯ୍ୟାୟରେ ଦ୍ରୌପଦୀ ମୁର୍ମୁଙ୍କୁ ୮୦୯ ଭୋଟ ମିଳିଛି । ଯାହାର ଭାଲ୍ୟୁ ୧,୦୫,୨୨୯ ରହିଛି । ସେହିଭଳି ଦ୍ୱିତୀୟ ପର୍ଯ୍ୟାୟରେ ବିରୋଧୀ ମେଣ୍ଟର ପ୍ରାର୍ଥୀ ୟଶୱନ୍ତ ସିହ୍ନାଙ୍କୁ ୩୨୯ ଭୋଟ ମିଳିଛି, ଏହାର ଭାଲ୍ୟୁ ରହିଛି ୪୪,୨୭୬ । ଏନେଇ ରାଜ୍ୟସଭା ସଂପାଦକ ସୂଚନା ଦେଇଛନ୍ତି ।

ସେପଟେ ଧିରେ ଧିରେ ରାଷ୍ଟ୍ରପତି ନିର୍ବାଚନରେ ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ବିଜୟ ସ୍ପଷ୍ଟ ହେବାକୁ ଯାଉଥିବା ବେଳେ ଦ୍ରୌପଦୀଙ୍କ ବିଜୟ ଉତ୍ସବ ମନାଇବାକୁ ୧ ଲକ୍ଷ ୩୫ ହଜାର ଗ୍ରାମରେ ପ୍ରସ୍ତୁତି ଆରମ୍ଭ କରିଛି ବିଜେପି । କୁହାଯାଉଛି କି , ଯେଉଁ ଗ୍ରାମ ମାନଙ୍କରେ ଆଦିବାସୀ ସଂପ୍ରଦାୟର ଅଧିକ ଲୋକ ରହୁଛନ୍ତି ସେହିସବୁ ଗ୍ରାମରେ ବିଜେପି ବିଜୟ ଉତ୍ସବ ପାଳନ କରିବାକୁ ପ୍ରସ୍ତୁତି କରୁଛି ।