ରାଷ୍ଟ୍ରପତି ନିର୍ବାଚନ: ଦ୍ରୌପଦୀଙ୍କୁ ସମର୍ଥନ ଦେବ ନାହିଁ କଂଗ୍ରେସ। ନବୀନଙ୍କୁ ନରସିଂହ ମିଶ୍ରଙ୍କ କଟାକ୍ଷ । 

935

କନକ ବ୍ୟୁରୋ : ରାଷ୍ଟ୍ରପତି ନିର୍ବାଚନ ସମ୍ପର୍କରେ ସମର୍ଥନକୁ ନେଇ ପ୍ରତିକ୍ରିୟା ରଖିଲେ ନରସିଂହ ମିଶ୍ର । ସେ କହିଛନ୍ତି, ଦ୍ରୌପଦୀଙ୍କୁ ସମର୍ଥନ ଦେବ ନାହିଁ କଂଗ୍ରେସ । ସମର୍ଥନ ନଦେବା ନେଇ ସ୍ପଷ୍ଟ କରିଛନ୍ତି ନରସିଂହ । ସେ କହିଛନ୍ତି, ଦ୍ରୌପଦୀ ଜଣେ ଭଲ ମଣିଷ ଓ ଭଲ ବିଧାୟିକା । ବ୍ୟକ୍ତିଗତ ଭାବେ ମଧ୍ୟ ମୁଁ ତାଙ୍କୁ ଜଣେ, ଆମ ସମ୍ପର୍କବି ବହୁତ ଭଲ । ସେ ଯେହେତୁ ବିଜେପିର ନୀତି ଆଉ ଆଦର୍ଶରେ ବିଶ୍ୱାସ କରୁଥିବାରୁ ସମର୍ଥନ ଦେବୁନାହିଁ । ତାଙ୍କ ପ୍ରାଥିତ୍ୱ ପୂର୍ବରୁ ବିରୋଧୀ ଦଳ ପ୍ରାର୍ଥୀ ଘୋଷଣା କରିସାରିଛି । ଜଣଙ୍କୁ ଛିଡା କରି ଅନ୍ୟଜଣଙ୍କୁ  ସମର୍ଥନ କରୁବା ଠିକ୍ କଥା ନୁହେଁ।

ସମର୍ଥନ ପାଇଁ ସବୁ ବିଧାୟକଙ୍କୁ ବିଜେଡିର ଆମନ୍ତ୍ରଣକୁ ନରସିଂହ କଟାକ୍ଷ କରିଛନ୍ତି । ସେ କହିଛନ୍ତି ଯଦି ମୁଖ୍ୟମନ୍ତ୍ରୀଙ୍କ ଓଡିଆ ପ୍ରୀତି ଅଛି ବୋଲି କହୁଛନ୍ତି ତା ହେଲେ ଜଣେ ଅଣ ଓଡିଆଙ୍କୁ ରାଜ୍ୟସଭାକୁ ପଠାଇଲେ କାହିଁକି । ରାଜ୍ୟରେ କଣ ଓଡିଆ ପ୍ରାର୍ଥୀ ନଥିଲେ କି ବୋଲି ନରସିଂହ ପ୍ରଶ୍ନ କରିଛନ୍ତି ।