କୁକୁର ପାଇଁ ପାଣିକୁ ଡେଇଁଲେ ରାଷ୍ଟ୍ରପତିଙ୍କ ପତ୍ନୀ ! ସୋସିଆଲ୍ ମିଡିଆରେ ଫଟୋ ପୋଷ୍ଟ୍ କରି ଟ୍ରୋଲ୍ ହେଲେ ମାର୍ସେଲା ।

Advertisment
କୁକୁର ପାଇଁ ପାଣିକୁ ଡେଇଁଲେ ରାଷ୍ଟ୍ରପତିଙ୍କ ପତ୍ନୀ ! ସୋସିଆଲ୍ ମିଡିଆରେ ଫଟୋ ପୋଷ୍ଟ୍ କରି ଟ୍ରୋଲ୍ ହେଲେ ମାର୍ସେଲା ।

Source : Twitter

ବ୍ରାଜିଲର ପ୍ରଥମ ମହିଳା ଅର୍ଥାତ ରାଷ୍ଟ୍ରପତି ମିଶେଲ ଟେମରଙ୍କ ପତ୍ନୀ ମାର୍ସେଲା ଟେମର ନିଜର ପାଳିତ କୁକୁରକୁ ରକ୍ଷା କରିବା ପାଇଁ ରାଷ୍ଟ୍ରପତି ଆବାସରେ ଥିବା ଏକ ପୁଲ ମଧ୍ୟକୁ ସମ୍ପୂର୍ଣ୍ଣ ପୋଷାକ ସହ ଡେଇଁ ପଡିଥିଲେ । ମାତ୍ର ସୋସିଆଲ ମିଡିଆରେ ତାଙ୍କ ସ୍ୱାମୀଙ୍କ କାରଣରୁ ସେ ହାସ୍ୟର ପାତ୍ର ହୋଇଛନ୍ତି ।
୩୪ବର୍ଷୀୟା ପୂର୍ବ ବ୍ୟୁଟି କ୍ୱିନ ମାର୍ସେଲା ଟେମରଙ୍କ କୁକୁର ବତକ ମାନଙ୍କ ପିଛା କରି କରି ପାଣିରେ ପଡି ଯାଇଥିଲା ଏବଂ ବାହାରକୁ ଆସି ପାରି ନଥିଲା । ଏହି କାରଣରୁ ମାର୍ସେଲା ତାଙ୍କ କୁକୁରକୁ ବଂଚାଇବାକୁ ଯାଇ ପାଣିକୁ ଡେଇଁ ପଡିଥିଲେ । ଏହି ଘଟଣା ଏପ୍ରିଲ ୨୨ରେ ଘଟିଥିଲା ।
ବ୍ରାଜିଲ ମିଡିଆ ତଥା ମାଇକ୍ରେ-ବ୍ଲଗିଂ ୱେବସାଇଟ ଟ୍ୱିଟର ଜରିଆରେ ପ୍ରଥମ ମହିଳାଙ୍କ ବାହାଦୁରି ଲେଖି ମଜାକ ଉଡାଇଛନ୍ତି, ଯେଉଁ କାରଣରୁ ସେ ସୋମବାର ସଂନ୍ଧ୍ୟାରୁ ସମସ୍ତଙ୍କ ମଧ୍ୟରେ ଟ୍ରେଣ୍ଡର ବିଷୟ ପାଲଟି ଯାଇଛି । ବୟସରେ ନିଜ ପତ୍ନୀଙ୍କ ଠାରୁ ୪୦ବର୍ଷରୁ ଉଦ୍ଧ୍ୱର୍ ବୟସ୍କ ମିଶେଲ ଟେମର ଭ୍ରଷ୍ଟାଚାର ମାମଲାରେ ଯାଂଚର ସାମ୍ନା କରୁଥିବା ଯୋଗୁଁ ଏହାକୁ ନେଇ ଆଉ ଏକ ବ୍ଲଗର ଟ୍ୱିଟ କରି ଜଣାଇଛନ୍ତି ଯେ ‘ମାର୍ସେଲାଙ୍କ କୁକୁର ଆତ୍ମହତ୍ୟା କରିବା ପାଇଁ ପ୍ରୟାସ କରୁଛି କାରଣ ସେ ମିଶେଲ ଟେମରଙ୍କ ସହ ରହିବା ପାଇଁ ଚାହୁଁନାହିଁ’ । ଏହିଭଳି ଅନେକ ଟ୍ରୋଲ କରାଯାଇଛି ସୋସିଆଲ ମିଡିଆରେ ।
ଆପଣଙ୍କୁ ଜଣାଇ ରଖୁଛୁ ଯେ ରିଓ କାର୍ନିଭାଲ ସମୟରେ ଖୁବ ଚର୍ଚ୍ଚିତ ଥଟ୍ଟା କରାଯାଇଥିଲା । ମିଶେଲ ଟେମରଙ୍କ ତୁଳନା ରକ୍ତ ପିଇଲାବାଲା ପିଶାଚ ସହ ତୁଳନା କରାଯାଇଥିଲା । ଏହାକୁ ଯୋଡି ଏକ ଟ୍ୱିଟର ୟୁଜର ଲେଖିଛନ୍ତି ଯେ ସେହି କୁକୁରର ଅଧିକ ଯତ୍ନ ନେବା କୁକୁରକୁ ଆଶ୍ଚର୍ଯ୍ୟ ଲାଗିଲା କାରଣ ମାର୍ସେଲା ଗୋଟେ ବାଦୁଡିକୁ ବିବାହ କରିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe