ଫେବ୍ରୁଆରି ୨୮ରେ ୪ ଦିନିଆ ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି: ସୁରକ୍ଷା ପାଇଁ କମିସନରେଟ ପୋଲିସ ପକ୍ଷରୁ କଡ଼ା ବ୍ୟବସ୍ଥା

76

କନକ ବ୍ୟୁରୋ: ଫେବ୍ରୁଆରି ୨୮ରେ ୪ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ମହାମହିମଙ୍କ ସୁରକ୍ଷା ପାଇଁ କମିସନରେଟ ପୋଲିସ ପକ୍ଷରୁ ହୋଇଛି କଡ଼ା ସୁରକ୍ଷା ବ୍ୟବସ୍ଥା । ରାଜଧାନୀରେ ସୁରକ୍ଷା ଦାୟିତ୍ୱରେ ରହିବେ ୮୫ ଜଣ ଅଫିସର । ୩ଟି କ୍ୱିକ୍ ରେସ୍ପନ୍ସ ଟିମ୍, ୨ଟି ସ୍ପେଶାଲ ଟାକ୍ଟିକାଲ ୟୁନିଟକୁ ସୁରକ୍ଷା ଦାୟିତ୍ୱରେ ନିଯୁକ୍ତ କରାଯାଇଛି । ୧୨ ଅତିରିକ୍ତ ଡିସିପି, ୨୫ ଏସ୍ପି, ୪୦ ଇନସ୍ପେକ୍ଟରଙ୍କ ସହ ୧୬୦ ଟ୍ରାଫିକ ଓ ୧୫୦ ହୋମଗାର୍ଡଙ୍କୁ ନିଯୁକ୍ତ କରାଯାଇଛି । ବ୍ଲୁ ବୁକ୍ ଗାଇଡଲାଇନ ଅନୁସାରେ ପୋଲିସ ଛାଉଣୀରେ ରହିବ ସାରା ସହର । ପ୍ରୋଟକଲ ଅନୁସାରେ ସଭାସ୍ଥଳରେ ନିମନ୍ତ୍ରିତ ଅତିଥିଙ୍କ ତଥ୍ୟ ରହିବ । ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱର ଡିସିପି ପ୍ରତୀକ ସିଂହ । ଫେବ୍ରୁଆରି ୨୮ରୁ ୨ ତାରିଖ ଯାଏ ଓଡ଼ିଶାରେ ରହିବେ ମହାମହିମ । ଭୁବନେଶ୍ୱର ସମେତ ମୟୂରଞ୍ଜ, କେନ୍ଦୁଝର, ବ୍ରହ୍ମପୁର, କଟକ ଓ ସମ୍ବଲପୁର ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି ।