ରଥଯାତ୍ରା ଦେଖିବେ ମହାମହିମ ରାଷ୍ଟ୍ରପତି ; ଜାରି ହୋଇଛି ଚୂଡାନ୍ତ ଗସ୍ତସୂଚୀ 

85

କନକ ବ୍ୟୁରୋ:  ରଥଯାତ୍ରା ଦେଖିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏଥିପାଇଁ ଜାରି ହୋଇଛି ଚୂଡାନ୍ତ ଗସ୍ତସୂଚୀ । ଜୁଲାଇ ୭ରେ ଘୋଷଯାତ୍ରା ରହିଛି । ରାଷ୍ଟ୍ରପତି ଜୁଲାଇ ୬ରୁ ୯ ତାରିଖ ଯାଏ ଓଡିଶା ଗସ୍ତରେ ରହିବେ ।

ଜୁଲାଇ ୬: ଭୁବନେଶ୍ୱର ସ୍ଥିତ ଜୟଦେବ ଭବନରେ ଗୋପବନ୍ଧୁଙ୍କ ୯୬ତମ ଶ୍ରାଦ୍ଧବାର୍ଷିକୀରେ ଯୋଗଦେବେ

ଜୁଲାଇ ୭: ପୁରୀ ଗସ୍ତ, ଅପରାହ୍ନରେ ଦେଖିବେ ରଥଯାତ୍ରା

ଜୁଲାଇ ୮: ସମୂଦ୍ର କୂଳରେ ପ୍ରାତଃ ଭ୍ରମଣ କରିବେ ମହାମହିମ

ଜୁଲାଇ ୮: ପୂର୍ବାହ୍ନରେ ଫେରିବେ ଭୁବନେଶ୍ୱର

ଜୁଲାଇ ୮: ଖଣ୍ଡଗିରି ଓ ଉଦୟଗିରି ଗୁମ୍ଫା ପରିଦର୍ଶନ

ଜୁଲାଇ ୮: ବି.କେ ଆର୍ଟ କଲେଜର ଛାତ୍ରାଛାତ୍ରୀଙ୍କ ସହ କଥାହେବେ

ଜୁଲାଇ ୮: ଅପରାହ୍ନରେ ମେଣ୍ଢାଶାଳ ହରିଡାମଡା ସ୍ଥିତ ଡିଆରସିରେ ଏକ କାର୍ୟ୍ୟକ୍ରମରେ ଯୋଗଦେବେ

ଜୁଲାଇ ୯: ପୂର୍ବହ୍ନ ସ୍ଥିତ ଜଟଣୀରେ ଥିବା ନାଇଜରର ଏକ କାର୍ୟ୍ୟକ୍ରମରେ ସାମିଲ ହେବେ

ଜୁଲାଇ ୯: ଅପରାହ୍ନରେ ଦିଲ୍ଲୀ ଫେରିଯିବେ ମହାମହିମ