କେନ୍ଦ୍ର କ୍ୟାବିନେଟର ବଡ଼ ନିଷ୍ପତି । ଜମ୍ମୁ-କଶ୍ମୀରରେ ବଢ଼ିଲା ରାଷ୍ଟ୍ରପତି ଶାସନ ଅବଧି ।

216

କନକ ବ୍ୟୁରୋ: ଜମ୍ମୁ-କାଶ୍ମୀରରେ ବଢ଼ିଲା ରାଷ୍ଟ୍ରପତି ଶାସନ ଅବଧି । ଆସନ୍ତା ଜୁଲାଇ ୩ ତାରିଖରୁ ଆସନ୍ତା ୬ ମାସ ପର୍ଯ୍ୟନ୍ତ ଜମ୍ମୁ-କଶ୍ମୀରରେ ଲାଗୁ ହେବ ରାଷ୍ଟ୍ରପତି ଶାସନ । ରାଜ୍ୟପାଳଙ୍କୁ ସୁପାରିସ୍ ଅନୁସାରେ ରାଷ୍ଟ୍ରପତି ଶାସନ ଅବଧି ବୃଦ୍ଧି କରାଯାଇଛି । ଏନେଇ କେନ୍ଦ୍ର କ୍ୟାବିନେଟରେ ଅନୁମୋଦନ କରାଯାଇଛି ବୋଲି ଜଣାପଡ଼ିଛି ।

ସେହିପରି ଜମ୍ମୁ-କଶ୍ମୀର ସଂରକ୍ଷଣ ବିଲ୍-୨୦୧୯କୁ ମଧ୍ୟ କ୍ୟାବିନେଟ ମଞ୍ଜୁରୀ ପ୍ରଦାନ କରିଛନ୍ତି । ଯାହାଦ୍ୱାରା ଏଲଓସିକୁ ଲାଗି ସେଠାରେ ବସବାସୀ କରୁଥିବା ଜମ୍ମୁ-କଶ୍ମୀରବାସୀଙ୍କ ଆରକ୍ଷଣ ବାବଦରେ ସହାୟକ ହୋଇପାରିବ ବୋଲି ଲକ୍ଷ୍ୟ ରଖିଛନ୍ତି କେନ୍ଦ୍ର କ୍ୟାବିନେଟ୍ । କେବଳ ଏତିକି ନୁହେଁ ଜମ୍ମୁ, କଠୁଆ ଏବଂ ଶାମ୍ବାର ଅଧିବାସୀଙ୍କୁ ଏହି ସଂରକ୍ଷଣ ବିଲ୍ ଦ୍ୱାରା ଆରକ୍ଷଣ ସୁବିଧା ମିଳିବ ।

ଅନ୍ୟପଟେ ନିଯୁକ୍ତି ଓ ନାମଲେଖା କ୍ଷେତ୍ରିରେ ଏହି ଜମ୍ମୁ-କଶ୍ମୀର ସଂରକ୍ଷଣ ବିଲ୍-୨୦୧୯ ଲାଗୁ କରାଯିବ ବୋଲି କେନ୍ଦ୍ର କ୍ୟାବିନେଟ ନିଷ୍ପତି ନେଇଛନ୍ତି । ବର୍ତ୍ତମାନ