କାଶ୍ମୀରରେ ୬ ମାସ ରାଷ୍ଟ୍ରପତି ଶାସନ ବଢାଇବା ପ୍ରସ୍ତାବକୁ ରାଜ୍ୟସଭାରେ ବିଜେଡିର ସମର୍ଥନ । ଗୃହମନ୍ତ୍ରୀ ଅମିତ ଶାହା କହିଲେ, ଭାରତର ଶତ୍ରୁଙ୍କୁ ତାଙ୍କ ଭାଷାରେ ଦିଆଯିବ ଜବାବ

Advertisment
କାଶ୍ମୀରରେ ୬ ମାସ ରାଷ୍ଟ୍ରପତି ଶାସନ ବଢାଇବା ପ୍ରସ୍ତାବକୁ ରାଜ୍ୟସଭାରେ ବିଜେଡିର ସମର୍ଥନ । ଗୃହମନ୍ତ୍ରୀ ଅମିତ ଶାହା କହିଲେ, ଭାରତର ଶତ୍ରୁଙ୍କୁ ତାଙ୍କ ଭାଷାରେ ଦିଆଯିବ ଜବାବ

କନକ ବ୍ୟୁରୋ : ଜମ୍ମୁ-କାଶ୍ମୀରରେ ଜାରି ରହିବ ରାଷ୍ଟ୍ରପତି ଶାସନ । ଆହୁରି ୬ ମାସ ପର୍ଯ୍ୟନ୍ତ ଜମ୍ମୁ-କାଶ୍ମୀରରେ ରାଷ୍ଟ୍ରପତି ଶାସନ ଲାଗୁ କରିବାକୁ ଆଜି ରାଜ୍ୟସଭାରେ ଆଗତ ହୋଇଥିବା ପ୍ରସ୍ତାବ ପାରିତ ହୋଇଛି । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଜମ୍ମୁ-କାଶ୍ମୀର ଆରକ୍ଷଣ ଅଧିନିୟମ, ୨୦୦୪ ସଂଶୋଧନ ବିଲ୍ ରାଜ୍ୟସଭାରେ ଆଗତ କରିବା ପରେ ଏହା ଗୃହରେ ପାରିତ ହୋଇଛି । ଏହି ପ୍ରସ୍ତାବକୁ ବିଜେଡି, ଟିଏମସି, ସମାଜବାଦୀ ପାର୍ଟି, ଆରଜେଡି ଭଳି ଦଳ ସମର୍ଥନ କରିଥିବା ବେଳେ ଡିଏମକେ ଏହାକୁ ବିରୋଧ କରିଥିଲା ।

publive-imageଜମ୍ମୁ-କଶ୍ମୀରରେ ରାଷ୍ଟ୍ରପତି ଶାସନର କାର୍ଯ୍ୟକାଳ ୬ ମାସ ବୃଦ୍ଧି କରାଇବା ପ୍ରସଂଗରେ ତୃଣମୂଳ କଂଗ୍ରେସର ମୁଖିଆ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସବୁଜ ସଂକେତ ଦେବା ପରେ ଏହା ଏକ ରକମର ସ୍ପଷ୍ଟ ହୋଇଥିଲା। ଏହାପୂର୍ବରୁ ଏହି ବିଲ୍ ଶୁକ୍ରବାର ଲୋକସଭାରେ ପାରିତ ହୋଇଥିଲା । ଏହି ପ୍ରସ୍ତାବ ବ୍ୟତୀତ ଆହୁରି ଏକ ପ୍ରସ୍ତାବ ମଧ୍ୟ ରାଜ୍ୟସଭାରେ ପାରିତ ହୋଇଛି। ଜମ୍ମୁ-କଶ୍ମୀରର ଅନ୍ତରାଷ୍ଟ୍ରୀୟ ସୀମାରେ ରହୁଥିବା ଲୋକମାନଙ୍କୁ ଆରକ୍ଷଣ ଦେବା ପାଇଁ ମଧ୍ୟ ଅମିତ ଶାହା ଏକ ବିଲ୍ ପାସ୍ କରିଥିବା ସୂଚନା ରହିଛି।

ଏହି ବିଲ୍ ପାରିତ ହେବା ସମୟରେ ଗୃହରେ ଅମିତ ଶାହା କହିଛନ୍ତି, ସେନାର ଯବାନଙ୍କ ସୁରକ୍ଷା ପାଇଁ ଯଦି ସାଧାରଣ ଟ୍ରାଫିକକୁ ମଧ୍ୟ ଯଦି ଅଟକାଇବାକୁ ପଡେ ତେବେ ଏଥିରୁ ଆମେ ହଟିବୁ ନାହିଁ । ରାଷ୍ଟ୍ରପତିଙ୍କ ଶାସନ କାଳରେ କାଶ୍ମୀରରେ ଅନେକ ବିକାଶମୂଳକ କାର୍ଯ୍ୟ ହୋଇଛି । ଏହାସହ ଘାଟି ଅଞ୍ଚଳର ଲୋକଙ୍କୁ ଶାହା କହିଛନ୍ତି ଯେ, ଆପଣଙ୍କୁ ଡରିବାର ଆବଶ୍ୟକତା ନାହିଁ । ସରକାର ଆପଣଙ୍କ ସହ ଅଛି । ଭାରତକୁ ଯିଏ ବି ଖଣ୍ଡ ଖଣ୍ଡ କରିବାକୁ ଚେଷ୍ଟା କରିବ ସେମାନଙ୍କୁ ସେହି ଭାଷାରେ ଜବାବ ଦିଆଯିବ ବୋଲି କହିଛନ୍ତି ଶାହା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe