ଦିଲ୍ଲୀ ଏମ୍ସରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ସଫଳ ବାଇପାସ ସର୍ଜରୀ । ସୂଚନା ଦେଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । 

193

କନକ ବ୍ୟୁରୋ: ଦିଲ୍ଲୀ ଏମ୍ସରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ସଫଳ ବାଇପାସ ସର୍ଜରୀ ହୋଇଛି । ଏନେଇ ସୂଚନା ଦେଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ଏହାସହ ରାଷ୍ଟ୍ରପତିଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି  ରାଜନାଥ । ଗତ ୨୬ତାରିଖରେ ଛାତିରେ ଯନ୍ତ୍ରଣା ଅନୁଭବ କରିବା ପରେ ପ୍ରଥମେ ଆର୍ମି ହସ୍ପିଟାଲରେ ଭର୍ତି ହୋଇଥିଲେ ରାଷ୍ଟ୍ରପତି । ପରେ ୨୭ତାରିଖ ଦିନ ତାଙ୍କୁ ଦିଲ୍ଲୀ ସ୍ଥିତ ଏମ୍ସକୁ ସ୍ଥାନାନ୍ତରିତ କରାଯାଇଥିଲା । ତାଙ୍କର ଚିକିତ୍ସା କରିବା ପରେ ବାଇପାସ ସର୍ଜରୀ କରାଯିବା ପାଇଁ ଡକ୍ତର ପରାମର୍ଶ ଦେଇଥିଲେ  । ଏହାପରେ ମଙ୍ଗଳବାର ଦିନ ତାଙ୍କର ବାଇପାସ ସର୍ଜାର ହୋଇଛି ।