କନକ ବ୍ୟୁରୋ : ବହୁ ଚର୍ଚ୍ଚିତ ନାଗରିକତା ସଂଶୋଧନ ବିଲ୍ -୨୦୧୯କୁ ମିଳିଛି ରାଷ୍ଟ୍ରପତିଙ୍କ ମଂଜୁରୀ । ଗତ ଡିସେମ୍ବର ୧୩ ତାରିଖ ବିଳମ୍ବିତ ରାତିରେ ରାଷ୍ଟ୍ରପତିଙ୍କ ମଂଜୁରୀ ମିଳିଥିବା ନେଇ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟରୁ ଗେଜେଟ ପ୍ରକାଶ ପାଇଥିଲା । ସୋମବାର ଏହି ବିଲ୍ ଲୋକସଭାରେ ଏବଂ ବୁଧବାର ଦିନ ରାଜ୍ୟ ସଭାରେ ଗୃହୀତ ହୋଇଥିଲା । ରାଷ୍ଟ୍ରପତିଙ୍କ ମଂଜୁରୀ ପରେ ଏହା ଏବେ ଆଇନରେ ପରିଣତ ହୋଇଥିଲା ।

Advertisment

publive-imageଏହି ଆଇନ ବଳରେ ପାକିସ୍ତାନ, ବାଂଲାଦେଶ ଓ ଆଫଗାନିସ୍ତାନରୁ ଧାର୍ମିକ ଉତ୍ପୀଡନର ଶିକାର ହୋଇ ଭାରତରେ ଦୀର୍ଘ ବର୍ଷ ଧରି ରହି ଆସୁଥିବା ହିନ୍ଦୁ, ଶିଖ୍, ବୌଦ୍ଧ, ଜୈନ, ପାର୍ସି ଏବଂ ଖ୍ରୀଷ୍ଟିଆନ୍ ସଂପ୍ରଦାୟର ଶରଣାର୍ଥୀଙ୍କୁ ଭାରତର ନାଗରିକତା ଅଧିକାର ମିଳିବ । ତେବେ ଉତର-ପୂର୍ବାଂଚଳ ରାଜ୍ୟଗୁଡିକରେ ନାଗରିକତା ସଂଶୋଧନ ବିଲ୍କୁ ବିରୋଧ କରି ତୀବ୍ର ବିରୋଧ ଚାଲିଛି ।