ଭାରତକୁ ଚିୟର ଅପ କରିବାକୁ ମେଲବର୍ଣ୍ଣ ଗ୍ରାଉଣ୍ଡରେ ଦର୍ଶକ ସାଜିପାରନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ!

ଭାରତକୁ ଚିୟର ଅପ କରିବାକୁ ମେଲବର୍ଣ୍ଣ ଗ୍ରାଉଣ୍ଡରେ ଦର୍ଶକ ସାଜିପାରନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ!

ଭାରତୀୟ କ୍ରିକେଟ ଦଳକୁ ଚିଅର ଅପ କରିବାକୁ ମେଲବର୍ଣ୍ଣ କ୍ରିକେଟ ଗ୍ରାଉଣ୍ଡରେ ଦର୍ଶକ ସାଜିପାରନ୍ତି ଭାରତର ରାଷ୍ଟ୍ରପତି । ଅଷ୍ଟ୍ରେଲିଆ ବିପକ୍ଷରେ ଭାରତର ୨ୟ ଟି-୨୦ ମ୍ୟାଚରେ ଭାରତର ରାଷ୍ଟ୍ରପତି ରାମନାଥ କୋବିନ୍ଦ ମେଲବର୍ଣ୍ଣ କ୍ରିକେଟ ଗ୍ରାଉଣ୍ଡରେ ଶୁକ୍ରବାର ଦର୍ଶକ ହୋଇପାରନ୍ତି। ଗଣମାଧ୍ୟମର ରିପୋର୍ଟ ଅନୁସାରେ ୭୦ ହଜାର ଦର୍ଶକ କ୍ଷମତା ଥିବା ମେଲବର୍ଣ୍ଣ ଷ୍ଟାଡିୟମରେ ଭାରତୀୟ ରାଷ୍ଟ୍ରପତି ପହଞ୍ଚି ପାରନ୍ତି। କୋବିନ୍ଦ ୪ ଦିନିଆ ଗସ୍ତରେ ଅଷ୍ଟ୍ରେଲିଆ ପହଞ୍ଚିଛନ୍ତି।

publive-imageବ୍ରିସବେନରେ ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍ରେ ବହୁ ସଂଖ୍ୟାରେ ଭାରତୀୟ ପହଞ୍ଚିବା ପରେ ଟିମ୍ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ଦର୍ଶକଙ୍କୁ ଅଭିନନ୍ଦନ ଜଣାଇଥିଲେ। ଶୃଙ୍ଖଳାର ଅନ୍ୟ ୨ ଟି ମ୍ୟାଚରେ ଭାରତୀୟ ପ୍ରଶଂସକଙ୍କ ଭିଡ ରହିବ ବୋଲି କୋହଲି ଆଶା ରଖିଛନ୍ତି। ଶୃଙ୍ଖଳାର ଅନ୍ୟ ୨ଟି ମ୍ୟାଚ ମେଲବର୍ଣ୍ଣ ଏବଂ ସିଡନୀରେ ଖେଳାଯିବ। ଅଷ୍ଟ୍ରେଲିଆର ଏହି ୨ଟି ବଡ଼ ସହରରେ ମ୍ୟାଚର ଆୟୋଜନ ନେଇ ଖେଳାଳି ଏବଂ ପ୍ରଶଂସକ ଉତ୍ସାହିତ ଅଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe