ଭାରତକୁ ଚିୟର ଅପ କରିବାକୁ ମେଲବର୍ଣ୍ଣ ଗ୍ରାଉଣ୍ଡରେ ଦର୍ଶକ ସାଜିପାରନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ!

280

ଭାରତୀୟ କ୍ରିକେଟ ଦଳକୁ ଚିଅର ଅପ କରିବାକୁ ମେଲବର୍ଣ୍ଣ କ୍ରିକେଟ ଗ୍ରାଉଣ୍ଡରେ ଦର୍ଶକ ସାଜିପାରନ୍ତି ଭାରତର ରାଷ୍ଟ୍ରପତି । ଅଷ୍ଟ୍ରେଲିଆ ବିପକ୍ଷରେ ଭାରତର ୨ୟ ଟି-୨୦ ମ୍ୟାଚରେ ଭାରତର ରାଷ୍ଟ୍ରପତି ରାମନାଥ କୋବିନ୍ଦ ମେଲବର୍ଣ୍ଣ କ୍ରିକେଟ ଗ୍ରାଉଣ୍ଡରେ ଶୁକ୍ରବାର ଦର୍ଶକ ହୋଇପାରନ୍ତି। ଗଣମାଧ୍ୟମର ରିପୋର୍ଟ ଅନୁସାରେ ୭୦ ହଜାର ଦର୍ଶକ କ୍ଷମତା ଥିବା ମେଲବର୍ଣ୍ଣ ଷ୍ଟାଡିୟମରେ ଭାରତୀୟ ରାଷ୍ଟ୍ରପତି ପହଞ୍ଚି ପାରନ୍ତି। କୋବିନ୍ଦ ୪ ଦିନିଆ ଗସ୍ତରେ ଅଷ୍ଟ୍ରେଲିଆ ପହଞ୍ଚିଛନ୍ତି।

ବ୍ରିସବେନରେ ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍ରେ ବହୁ ସଂଖ୍ୟାରେ ଭାରତୀୟ ପହଞ୍ଚିବା ପରେ ଟିମ୍ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ଦର୍ଶକଙ୍କୁ ଅଭିନନ୍ଦନ ଜଣାଇଥିଲେ। ଶୃଙ୍ଖଳାର ଅନ୍ୟ ୨ ଟି ମ୍ୟାଚରେ ଭାରତୀୟ ପ୍ରଶଂସକଙ୍କ ଭିଡ ରହିବ ବୋଲି କୋହଲି ଆଶା ରଖିଛନ୍ତି। ଶୃଙ୍ଖଳାର ଅନ୍ୟ ୨ଟି ମ୍ୟାଚ ମେଲବର୍ଣ୍ଣ ଏବଂ ସିଡନୀରେ ଖେଳାଯିବ। ଅଷ୍ଟ୍ରେଲିଆର ଏହି ୨ଟି ବଡ଼ ସହରରେ ମ୍ୟାଚର ଆୟୋଜନ ନେଇ ଖେଳାଳି ଏବଂ ପ୍ରଶଂସକ ଉତ୍ସାହିତ ଅଛନ୍ତି।