କନକ ବ୍ୟୁରୋ: ଦୁଇ ଦିନିଆ ପୁରୀ ଗସ୍ତରେ ଆସିଥିବା ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପରିବାର ସହ ବଡ ଠାକୁରଙ୍କ ଦର୍ଶନ କରିଛନ୍ତି । ଶ୍ରୀମନ୍ଦିର ଗର୍ଭଗୃହକୁ ଯାଇ କାଳିଆ ଠାକୁରଙ୍କ ଆଶୀର୍ବାଦ ନେଇଛନ୍ତି । ଏହି ସମୟରେ ତାଙ୍କ ସହ ଥିଲେ ଦେଶର ପ୍ରଥମ ମହିଳା ସବିତା କୋବିନ୍ଦ, ତାଙ୍କ ଝିଅ-ଜ୍ୱାଇଁ ଓ ରାଜ୍ୟପାଳ ଗଣେଶୀ ଲାଲ । ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ପୁରୀରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ସୁରକ୍ଷା ଦୃଷ୍ଟିରୁ ୪୦ପ୍ଲାଟୁନ ଫୋର୍ସ ଓ ୨ଶହ ଅଧିକାରୀଙ୍କୁ ନିୟୋଜିତ କରାଯାଇଛି । ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ହେଲିପ୍ୟାଡଠାରୁ ଆରମ୍ଭ କରି ବଡଦାଣ୍ଡ ଓ ଶ୍ରୀମନ୍ଦିର ପର୍ଯ୍ୟନ୍ତ ବ୍ୟାରିକେଡିଂ କରାଯାଇଛି ।
ଦୁଇଦିନିଆ ଗସ୍ତ କାର୍ଯ୍ୟକ୍ରମରେ ଆସିଥିବା ରାଷ୍ଟ୍ରପତି ରାମନାଥ କୋବିନ୍ଦ ରାଜଭବନରେ ରାତ୍ରୀଯାପନ କରିବେ । ରବିବାର ରାଷ୍ଟ୍ରପତି ଗୌଡୀୟ ମଠ ପରିଦର୍ଶନ କରି ଆଳତୀ କାର୍ଯ୍ୟକ୍ରମରେ ଯୋଗଦେବେ । ପୂର୍ବାହ୍ନ ୧୧ଟାରେ ଶରଧାବାଲିରେ ଆୟୋଜିତ ଶ୍ରୀଚୈତନ୍ୟ ଗୌଡୀୟ ମଠର ପ୍ରତିଷ୍ଠାତା ଶ୍ରୀଲ’ଙ୍କ ୧୫୦ତମ ଜୟନ୍ତୀ ସମାରୋହକୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଉଦଘାଟନ କରିବା କାର୍ଯ୍ୟକ୍ରମ ରହିଛି ।
ଅପରାହ୍ଣ ୨ଟା ୩୦ରେ ରାଷ୍ଟ୍ରପତି ଭୁବନେଶ୍ୱର ବିମାନବନ୍ଦରରେ ପହଁଚିବା ପରେ ସେଠାରୁ ସିଧାସଳଖ ପୁରୀ ଅଭିମୁଖେ ବାହାରି ଯାଇଥିଲେ । ୩ଟା ୦୫ମିନିଟରେ ପୁରୀ ହେଲିପ୍ୟାଡ୍ରେ ପହଁଚିବା ପରେ ହେଲିପ୍ୟାଡରୁ ବାହାରି ରାଜଭବନକୁ ଯାଇଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/27/2025-12-27t123421491z-506359015_3114607832035873_6253119802954867050_n-2025-12-27-18-04-21.jpg)
/kanak/media/post_attachments/wp-content/uploads/2022/02/pjimage-21-1.jpg)