ସ୍ୱତନ୍ତ୍ର ବିମାନ ଯୋଗେ ଭୁବନେଶ୍ୱରରେ ପହଁଚିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ବିମାନବନ୍ଦରରେ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କଲେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ସହ କେନ୍ଦ୍ରମନ୍ତ୍ରୀ ।

ସ୍ୱତନ୍ତ୍ର ବିମାନ ଯୋଗେ ଭୁବନେଶ୍ୱରରେ ପହଁଚିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ବିମାନବନ୍ଦରରେ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କଲେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ସହ କେନ୍ଦ୍ରମନ୍ତ୍ରୀ ।

କନକ ବ୍ୟୁରୋ: ଭୁବନେଶ୍ୱରରେ ପହଁଚିଲେ ମହାମହିମ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ସ୍ୱତନ୍ତ୍ର ବିମାନ ରାଜକମଲ ଯୋଗେ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ରାଷ୍ଟ୍ରପତି । ତେବେ ଭୁବନେଶ୍ୱର ବିମାନବନ୍ଦରରେ ରାଷ୍ଟ୍ରପତି ପହଁଚିବାପରେ ତାଙ୍କୁ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଛନ୍ତି, ରାଜ୍ୟପାଳ ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ, ରାଜ୍ୟ ମୁଖ୍ୟ ଶାସନ ସଚିବ ଅସୀତ ତ୍ରିପାଠୀ, ପୋଲିସ୍ ଡିଜି, ପୋଲିସ କମିଶନର ଏବଂ ବରିଷ୍ଠ ଅଧିକାରୀ ।

publive-imageସେପଟେ ଭୁବନେଶ୍ୱର ବିମାନବନ୍ଦରରୁ ବାୟୁସେନାର ସ୍ୱତନ୍ତ୍ର ହେଲିକପ୍ଟର ଜରିଆରେ ଅପରାହ୍ନ ୩ଟା ୩୦ ମିନିଟ୍ ମଧ୍ୟରେ ରଙ୍ଗେଇଲୁଣ୍ଡା ଏୟାରଷ୍ଟ୍ରିପରେ ପହଁଚିବେ । ସେଠାରେ ଗୋଳାବନ୍ଧ ଏୟାର ଡିଫେନ୍ସ କଲେଜ୍ ଯିବେ । ଆଉ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଇ ଡିଫେନ୍ସ ସେଂଟରକୁ କଲର ଆୱାର୍ଡ ପ୍ରଦାନ କରିବେ । ୧୯୮୪ ମସିହାରେ ପ୍ରତିଷ୍ଠା କରାଯାଇଥିବା ଏହି ଆର୍ମି ଡିଫେନ୍ସ ସେଂଟର, ୨୫ବର୍ଷରୁ ଉର୍ଦ୍ଧ ସମୟ ଧରି ଉଲେଖନୀୟ ସେବା ଯୋଗାଇ ଦେବା ପାଇଁ ସେଂଟରକୁ ରାଷ୍ଟ୍ରପତି ସମ୍ମାନଜନକ କଲର ଆୱାର୍ଡ ପ୍ରଦାନ କରିବେ ।

publive-imageଅନ୍ୟପଟେ ଏହି କାର୍ଯ୍ୟକ୍ରମରେ ସ୍ଥଳସେନା ମୁଖ୍ୟ ବିପିନ ରାୱତ୍, ଓଡିଶା ରାଜ୍ୟପାଳ ଗଣେଶୀ ଲାଲ,ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଲେଫ୍ଟନାଂଟ ଜେନେରାଲ ଅଶ୍ୱିନୀ କୁମାର ଓ ଲେଫ୍ଟନାଂଟ ଜେନେରାଲ ଏ.ପି.ସିଂ ପ୍ରମୁଖ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ତେବେ ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ସୁରକ୍ଷାକୁ କଡା କଡି କରାଯାଇଛି । ଡଗ୍ ସ୍ୱାର୍ଡ ଦ୍ୱାରା ପୁରା ଅଂଚଳକୁ ତନ ତନ କରି ଯାଂଚ କରାଯାଇଛି । ଏବଂ ଆୟୋଜିତ ହେବାକୁ ଥିବା କାର୍ଯ୍ୟକ୍ରମ ଅଂଚଳ ସମେତ ଆଖପାଖରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Subscribe