୨ ଦିନିଆ ଓଡିଶା ଗସ୍ତରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ସ୍ୱତନ୍ତ୍ର ବିମାନ ଯୋଗେ ଆସି ଭୁବନେଶ୍ୱରରେ ପହଞ୍ଚିଲେ ।

109

କନକ ବ୍ୟୁରୋ: ଭୁବନେଶ୍ୱରରେ ପହଂଚିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ରାଷ୍ଟ୍ରପତିଙ୍କୁ ସ୍ୱାଗତ କରିବା ପାଇଁ ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନବନ୍ଦରରେ ପହଂଚିଥିଲେ ରାଜ୍ୟପାଳ ପ୍ରଫେସର ଗଣେଷୀ ଲାଲ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିସହ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ଏବଂ କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡଙ୍ଗୀ ଉପସ୍ଥିତ ରହି ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ସ୍ୱାଗତ କରିଥିଲେ । ୨ଦିନିଆ ଓଡିଶା ଗସ୍ତରେ ଆସିଥିବା ରାଷ୍ଟ୍ରପତି ଆଜି ରାଜଭବନରେ ରାତ୍ରୀ ଯାପନ କରିବେ ।

ଆସନ୍ତାକାଲି ରାଉରେକଲା ଯିବାର କାର୍ଯ୍ୟକ୍ରମ ରହିଛି । ରାଉରକେଲାରେ ଏନଆଇଟିର ସମାବର୍ତନ ଉତ୍ସବରେ ଯୋଗ ଦେବେ ରାଷ୍ଟ୍ରପତି । ଆସନ୍ତାକାଲି ସକାଳ ୯ଟା ୪୫ ମିନିଟରେ ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରେ ବାୟୁସେନାର ସ୍ୱତନ୍ତ୍ର ବିମାନ ଯୋଗେ ଆସି ପହଚିଂବେ ରାଷ୍ଟ୍ରପତି । ସେଠାରୁ ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ସକାଳ ୯ଟା ୫୫ରେ ରାଉରକେଲା ଅଭିମୁଖେ ଯାତ୍ରା କରିବେ । ଝାରସୁଗୁଡ଼ାରୁ ରାଉରକେଲା ରାଷ୍ଟ୍ରପତିଙ୍କୁ ନେବାକୁ ଥିବା ୩ଟି ହେଲିକେପ୍ଟର ଝାରସୁଗୁଡ଼ା ବିମାନ ବନ୍ଦରରେ ଆସି ପହଂଚିି ସାରିଛି । ରାଷ୍ଟ୍ରପତିଙ୍କ ସୁରକ୍ଷା ପାଇଁ ୯ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି । ଅପରାହ୍ନରେ ରାଷ୍ଟ୍ରପତି ରାଉରକେଲାରୁ ଫେରିବା ଯାଏ ଜିଲ୍ଲା ପ୍ରଶାସନ, ପୁଲିସ ପ୍ରଶାସନ ଓ ଏୟାରପୋର୍ଟ ଅଥରିଟି ଅଫ ଇଣ୍ଡିଆ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି ।