ପ୍ଲାଟିନମ ଜୁବୁଲି ପାଳୁଛି ଉତ୍କଳ ବିଶ୍ୱବିଦ୍ୟାଳୟ । ହଜାର ହଜାର ସଂଖ୍ୟାରେ ପୁରାତନ ଛାତ୍ରଛାତ୍ରୀ ହେଲେ ଏକାଠି, ବର୍ଷକର ଦରମା ଦେବାକୁ ପୂର୍ବତନ ଛାତ୍ର ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ଘୋଷଣା ।

Advertisment
ପ୍ଲାଟିନମ ଜୁବୁଲି ପାଳୁଛି ଉତ୍କଳ ବିଶ୍ୱବିଦ୍ୟାଳୟ । ହଜାର ହଜାର ସଂଖ୍ୟାରେ ପୁରାତନ ଛାତ୍ରଛାତ୍ରୀ ହେଲେ ଏକାଠି, ବର୍ଷକର ଦରମା ଦେବାକୁ ପୂର୍ବତନ ଛାତ୍ର ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ଘୋଷଣା ।

କନକ ବ୍ୟୁରୋ : ବାଣୀବିହାର ଆସିବେ ରାଷ୍ଟ୍ରପତି । ଆସନ୍ତା ୮ ତାରିଖରେ ଉତ୍କଳ ବିଶ୍ୱବିଦ୍ୟାଳୟର ପ୍ଲାଟିନମ ଜୁବୁଲିର ସ୍ୱତନ୍ତ୍ର ଉତ୍ସବରେ ଯୋଗଦେବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ପ୍ଲାଟିନମ ଜୁବୁଲି ଉତ୍ସବରେ ଏନେଇ ସୂଚନା ଦେଇଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ।

ସେହିଭଳି ଗତକାଲି ପ୍ଲାଟିନମ ଜୁବୁଲିର ଉଦଘାଟନ ଉତ୍ସବରେ ଯୋଗ ଦେଇ ନବୀନ ୧୦୦ କୋଟି ଟଙ୍କା ପ୍ୟାକେଜ ଘୋଷଣା କରିଥିବା ବେଳେ ଆଜି ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ତଥା ବିଶ୍ୱବିଦ୍ୟାଳୟର ପୁରାତନ ଛାତ୍ର ଧର୍ମେନ୍ଦ୍ର ପ୍ରଧାନ । ନିଜ ଭାଷଣରେ ବିଶ୍ୱବିଦ୍ୟାଳୟର ପୁରୁଣା କଥା ସବୁ ମନେ ପକାଇଥିଲେ ଧର୍ମେନ୍ଦ୍ର । ଏପରିକି ବିଶ୍ୱବିଦ୍ୟାଳୟ ପାଇଁ ୧୦୦ କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଥିବାରୁ ନବୀନଙ୍କୁ ପୁରାତନ ଛାତ୍ର ଭାବେ ଧନ୍ୟବାଦ ଜଣାଇଛନ୍ତି ଧର୍ମେର୍ନ୍ଦ୍ର । ଏହାଛଡା ଉତ୍ କଳ ବିଶ୍ୱବିଦ୍ୟାଳୟରେ ଆଲୁମିନି ଫଣ୍ଡ ଗଠନ କରାଗଲେ ଗୋଟିଏ ବର୍ଷର ଦରମା ଦେବାକୁ ଘୋଷଣା କରିଛନ୍ତି କେନ୍ଦ୍ରମନ୍ତ୍ରୀ । କୁଳପତି ନମ୍ବର ଦେଲେ ସେ ଟଙ୍କା ପଠାଇଦେବେ ବୋଲି କହିଛନ୍ତି ଧର୍ମେନ୍ଦ୍ର ।

୭୫ ବର୍ଷ ପୂରା କରି ୭୬ ବର୍ଷରେ ପାଦ ଦେଇଛି ଉତ୍କଳ ବିଶ୍ୱବିଦ୍ୟାଳୟ । ଆଉ ଏଥିପାଇଁ ପୂରା ବିଶ୍ୱବିଦ୍ୟାଳୟ ଉତ୍ସବମୁଖର । ୭୫ ବର୍ଷ ଅବସରରେ ବିଶ୍ୱବିଦ୍ୟାଳୟରେ ପ୍ଲାଟିନମ ଜୁବୁଲି ଉତ୍ସବ ପାଳନ କରାଯାଉଥିବା ବେଳେ ଆଜି ଦ୍ୱିତୀୟ ଦିନରେ ପୁରାତନ ଛାତ୍ର ଯୋଗ ଦେଇଥିଲେ । ହଜାର ହଜାର ସଂଖ୍ୟାରେ ପୁରାତନ ଛାତ୍ରଛାତ୍ରୀ ପୁଣିଥରେ ଏହି ଉତ୍ସବରେ ଯୋଗ ଦେଇ ବିଶ୍ୱବିଦ୍ୟାଳୟର ସେହି ପୁରୁଣା ଦିନର ସ୍ମୃତି କଥା ମନେ ପକାଇଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe