ଏନଆଇଟି ରାଉରକେଲାରେ ରାଷ୍ଟ୍ରପତିଙ୍କ ସମ୍ବୋଧନ । କହିଲେ, କଳା ଓ ସଂସ୍କୃତି ପାଇଁ ପ୍ରସିଦ୍ଧି ଲାଭ କରିଛି ଓଡ଼ିଶା ।

122
କନକ ବ୍ୟୁରୋ: ଏନଆଇଟି ରାଉରକେଲାର ଅଷ୍ଟାଦଶ ସମାବର୍ତ୍ତନ ଉତ୍ସବରେ ରାଷ୍ଟ୍ରପତିଙ୍କ ସମ୍ବୋଧନ । କହିଲେ, ଓଡିଶା କଳା ଓ ସଂସ୍କୃତି ପାଇଁ ପ୍ରସିଦ୍ଧ ଲାଭ କରିଛି । ବିଶ୍ୱ ପ୍ରସିଦ୍ଧ କୋଣାର୍କର କାରୁକାର୍ଯ୍ୟ ଏହାର ଉତ୍କୃଷ୍ଟ ନିଦର୍ଶନ ।
ସେହିପରି ଏନଆଇଟି ଛାତ୍ରଛାତ୍ରୀଙ୍କ ଦେଶପ୍ରତି ରହିଛି ଅନେକ ଅବଦାନ  । ଛାତ୍ରଛାତ୍ରୀ ସ୍ୱପ୍ନ ପୂରଣ କରିବାକୁ ଲକ୍ଷ୍ୟ ନିର୍ଦ୍ଧିଷ୍ଟ କରନ୍ତୁ, ପରିବାର କିପରି ଗର୍ବ ଅନୁଭବ କରିବେ ଚିନ୍ତା କରନ୍ତୁ । ଆଉ ଲକ୍ଷ୍ୟ ପୁରଣ ଲାଗି ନିଜେ ନିଜ ପାଇଁ ରାସ୍ତା ପ୍ରସ୍ତୁତ କରନ୍ତୁ । ମୋର ବିଶ୍ୱାସ ରହିଛି ଦେଶର ଲକ୍ଷ୍ୟ ପୂରଣ କରିବେ ଏନଆଇଟି ଛାତ୍ରଛାତ୍ରୀ ।