ନାବାଳିକା ଦୁଷ୍କର୍ମକାରୀଙ୍କୁ ମିଳିବନି କ୍ଷମା । ହାଇଦ୍ରାବାଦର ହୃଦୟଥରା କାହାଣୀ କହିଲା ବେଳେ ଦୁଷ୍କର୍ମକାରୀଙ୍କୁ ନେଇ ବଡ ମନ୍ତବ୍ୟ ଦେଲେ ରାଷ୍ଟ୍ରପତି

802

କନକ ବ୍ୟୁରୋ: ହାଇଦ୍ରାବାଦ ଏନକାଉଣ୍ଟରକୁ ନେଇ ସାରା ଦେଶରେ ଚାଲିଛି ଚର୍ଚ୍ଚା । ସକାଳୁ ସକାଳୁ ଦିଶା ଦୁଷ୍କର୍ମକାରୀଙ୍କୁ ପୋଲିସ ସଫା କରିଦେବା ପରେ ଆଜି ସାରା ଦିନ ଉକ୍ତ ପ୍ରସଙ୍ଗରେ ଆଲୋଚନା ଚାଲିଥିଲା । ଆଉ ଏଠି ଏତିକି ବେଳେ ହାଇଦ୍ରାବାଦ ଦୁଷ୍କର୍ମ ନେଇ ବଡ ମନ୍ତବ୍ୟ ରଖିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ ।

ରାଷ୍ଟ୍ରପତି କହିଛନ୍ତି, ନାବାଳିକା ଦୁଷ୍କର୍ମକାରୀଙ୍କୁ କ୍ଷମା ନାହିଁ । ପ୍ରଚଳିତ କ୍ଷମା ପ୍ରାର୍ଥନା ବ୍ୟବସ୍ଥାରେ ପରିବର୍ତ୍ତନ ହେବା ଆବଶ୍ୟକ । ଦୁଷ୍କର୍ମ ଭଳି ଘଟଣା ଦେଶର ଅନ୍ତରାତ୍ମାକୁ ଦୋହଲାଇ ଦେଉଛି । କିଭଳି ଏହାକୁ ରୋକି ହେବ ସମସ୍ତେ ଯତ୍ନବାନ ହେବା ଆବଶ୍ୟକ । ଦୁଷ୍କର୍ମ ନିରୋଧୀ ଆଇନରେ ଆହୁରି ସଂସ୍କାର ଆସିବା ଆବଶ୍ୟକ ବୋଲି ରାଜସ୍ଥାନର ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ କହିଛନ୍ତି ରାଷ୍ଟ୍ରପତି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ସମ୍ବାଦ ଓ କନକ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ‘ସମ୍ବାଦ’ ଗ୍ରୁପର ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

Comments are closed.