କନକ ବ୍ୟୁରୋ: ହାଇଦ୍ରାବାଦ ଏନକାଉଣ୍ଟରକୁ ନେଇ ସାରା ଦେଶରେ ଚାଲିଛି ଚର୍ଚ୍ଚା । ସକାଳୁ ସକାଳୁ ଦିଶା ଦୁଷ୍କର୍ମକାରୀଙ୍କୁ ପୋଲିସ ସଫା କରିଦେବା ପରେ ଆଜି ସାରା ଦିନ ଉକ୍ତ ପ୍ରସଙ୍ଗରେ ଆଲୋଚନା ଚାଲିଥିଲା । ଆଉ ଏଠି ଏତିକି ବେଳେ ହାଇଦ୍ରାବାଦ ଦୁଷ୍କର୍ମ ନେଇ ବଡ ମନ୍ତବ୍ୟ ରଖିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ ।
ରାଷ୍ଟ୍ରପତି କହିଛନ୍ତି, ନାବାଳିକା ଦୁଷ୍କର୍ମକାରୀଙ୍କୁ କ୍ଷମା ନାହିଁ । ପ୍ରଚଳିତ କ୍ଷମା ପ୍ରାର୍ଥନା ବ୍ୟବସ୍ଥାରେ ପରିବର୍ତ୍ତନ ହେବା ଆବଶ୍ୟକ । ଦୁଷ୍କର୍ମ ଭଳି ଘଟଣା ଦେଶର ଅନ୍ତରାତ୍ମାକୁ ଦୋହଲାଇ ଦେଉଛି । କିଭଳି ଏହାକୁ ରୋକି ହେବ ସମସ୍ତେ ଯତ୍ନବାନ ହେବା ଆବଶ୍ୟକ । ଦୁଷ୍କର୍ମ ନିରୋଧୀ ଆଇନରେ ଆହୁରି ସଂସ୍କାର ଆସିବା ଆବଶ୍ୟକ ବୋଲି ରାଜସ୍ଥାନର ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ କହିଛନ୍ତି ରାଷ୍ଟ୍ରପତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/06/ramnath-kovind1.jpg)