ଆସନ୍ତା ୧୭ରେ ଓଡ଼ିଶା ଆସିବେ ରାଷ୍ଟ୍ରପତି! ସୁରକ୍ଷା ନେଇ ପୁଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ, ଜାଣନ୍ତୁ ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତର ପୂରା ବିବରଣୀ

ଆସନ୍ତା ୧୭ରେ ଓଡ଼ିଶା ଆସିବେ ରାଷ୍ଟ୍ରପତି! ସୁରକ୍ଷା ନେଇ ପୁଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ, ଜାଣନ୍ତୁ ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତର ପୂରା ବିବରଣୀ

କନକ ବ୍ୟୁରୋ : ଆସନ୍ତା ୧୭ ତାରିଖରେ ଦୁଇ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଏହି ସମୟରେ ରାଷ୍ଟ୍ରପତିଙ୍କ ସୁରକ୍ଷା ନେଇ ବ୍ୟାପକ ପ୍ରସ୍ତୁତି କରୁଛି କମିସନରେଟ ପୁଲିସ । ରାଷ୍ଟ୍ରପତି ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହେବାକୁ ଥିବା ବେଳେ ତାଙ୍କୁ କିଭଳି ସୁରକ୍ଷା ଦିଆଯିବ ସେଥିପାଇଁ ବ୍ୟବସ୍ଥା କରିଛି ପୁଲିସ । ପ୍ରାଥମିକ ସୁରକ୍ଷା ବ୍ୟବସ୍ଥା ନେଇ ଅନ୍ୟ ପୁଲିସ ଅଧିକାରୀଙ୍କ ସହ ପୁଲିସ ମହାନିର୍ଦ୍ଦେଶକ ଆଲୋଚନା କରିଛନ୍ତି । ସୁରକ୍ଷା ଦାୟିତ୍ୱରେ କେଉଁ କେଉଁ ର୍ୟାଙ୍କରେ ରହିବେ, କେଉଁ ଗାଡି ବ୍ୟବହାର କରାଯିବ ସେନେଇ ଆଲୋଚନା କରାଯାଇଛି ।

bihar-governor-ramanath kovind will-be-nda-presidential-candidateରାଷ୍ଟ୍ରପତି ଓଡିଶା ଗସ୍ତରେ ଆସି ମହାପ୍ରଭୁଙ୍କ ଦର୍ଶନ କରିବେ । ଆସନ୍ତା ୧୮ ତାରିଖରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଶ୍ରୀମନ୍ଦିର ଯାଇ ଶ୍ରୀଜିଉଙ୍କୁ ଦର୍ଶନ କରିବେ । ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ଛତିଶା ନିଯୋଗର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି । ଏହି ବୈଠକରେ ରାଷ୍ଟ୍ରପତିଙ୍କ ଦର୍ଶନ ଓ ନୀତି ସଂପର୍କରେ ବିସ୍ତୁତ ଆଲୋଚନା କରାଯାଇଛି । ରାଷ୍ଟ୍ରପତି ଶ୍ରୀମନ୍ଦିରରେ କାଳ ୭ଟା ୩୦ରୁ ୮ଟା ୧୫ ଯାଏଁ ୪୫ ମିନିଟ୍ ରହି ଗର୍ଭଗୃହ ଦର୍ଶନ କରିବେ ।

ବଡ ଦେଉଳରେ ରାଷ୍ଟ୍ରପତିଙ୍କ ରହଣୀ ସମୟରେ ସ୍ୱତନ୍ତ୍ର କଟକଣା ଲାଗୁ ହେବ । ସେହି ସମୟରେ ସାଧାରଣ ଦର୍ଶନ ସମ୍ପୂର୍ଣ୍ଣ ଭାବେ ବନ୍ଦ ରହିବ ବୋଲି ଛତିଶା ନିଯୋଗ ବୈଠକରେ ନିଷ୍ପତି ନିଆଯାଇଥିବା ଶ୍ରୀମନ୍ଦିର ଉପମୁଖ୍ୟ ପ୍ରଶାସକ ତଥା ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲ କହିଛନ୍ତି । ରାଷ୍ଟ୍ରପତିଙ୍କ ଗସ୍ତର ଘଂଟାଏ ଆଗରୁ ମନ୍ଦିରକୁ ଶୋଧ କରାଯିବ । ଗଜପତି ମହାରାଜା ଦିବ୍ୟସିଂହ ଦେବ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ କୁମାର ଜେନା ଓ ଆଇନ ସଚିବ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ପୁରୀରେ ସ୍ୱାଗତ କରିବେ । ରାଷ୍ଟ୍ରପତିଙ୍କ ଗସ୍ତ ସମୟରେ ମନ୍ଦିର ଭିତରେ ରହିବା ପାଇଁ ଛତିଶା ନିଯୋଗର ସଭାପତି ଓ ସଂପାଦକଙ୍କୁ ପରିଚୟ ପତ୍ର ପ୍ରଦାନ କରାଯିବ । ଶ୍ରୀଜିଉଙ୍କ ଦର୍ଶନ ସାରିବା ପରେ ରାଷ୍ଟ୍ରପତି ପୁରୀ ସର୍କିଟ ହାଉସକୁ ଯିବେ । ପରେ ପୁରୀର ରାଷ୍ଟ୍ରିୟ ସଂସ୍କୃତ ସଂସ୍ଥାନର ଶତବାର୍ଷିକ ଉତ୍ସବରେ ଯୋଗଦେବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe