କନକ ବ୍ୟୁରୋ : ନିଜର କାର୍ଯ୍ୟକାଳ ସମାପ୍ତ ହେବା ପରେ ରାଷ୍ଟ୍ରପତି ପଦରୁ ବିଦାୟ ନେଇଛନ୍ତି ରାମନାଥ କୋବିନ୍ଦ । ତାଙ୍କୁ ବିଦାୟ ଦେବାକୁ ସଂସଦ ଭବନ ପରିସରରେ ଏକ ବିଦାୟ ସମାରୋହ ଅନୁଷ୍ଠିତ ହୋଇଛି । ଉଭୟ ଲୋକସଭା ଓ ରାଜ୍ୟସଭା ପକ୍ଷରୁ ମିଳିତ ଭାବେ ତାଙ୍କୁ ବିଦାୟ ଦିଆଯାଇଛି । ଏହି ବିଦାୟୀ ସମାରୋହରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ଉପ ରାଷ୍ଟ୍ରପତି ଭେଙ୍କୟା ନାଇଡୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଲୋକସଭା ବାଚସ୍ପତି ଓମ୍ ବିର୍ଲା ସମେତ ଅନେକ ବରିଷ୍ଠ ସାଂସଦ ଉପସ୍ଥିତ ଅଛନ୍ତି ।

Advertisment

ଏହି ବିଦାୟ ସମାରୋହରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ କହିଛନ୍ତି କି ୫ ବର୍ଷ ପୂର୍ବେ ଠିକ ଆଜିର ଦିନରେ ସେ ଭାରତର ରାଷ୍ଟ୍ରପତି ଭାବେ ଶପଥ ନେଇଥିଲେ । ତାଙ୍କ ହୃଦୟରେ ସମସ୍ତ ସାଂସଦଙ୍କ ପ୍ରତି ସ୍ୱତନ୍ତ୍ର ସ୍ଥାନ ଥିବା କଥା ସେ କହିଛନ୍ତି । ଦେଶର ସର୍ବୋଚ୍ଚ ପଦରେ ବସିବାର ସୁଯୋଗ ଦେଇଥିବାରୁ ଦେଶର ସମସ୍ତ ନାଗରିକଙ୍କୁ ଧନ୍ୟବାଦ ଦେଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଏହାସହ ‘ଆଜାଦୀ କା ଅମୃତ ମହୋତ୍ସବ’ ଓ କୋଭିଡ-୧୯ ବିରୋଧରେ ରେକର୍ଡ ଟିକାକରଣ ପାଇଁ ସେ ସରକାରଙ୍କୁ ଧନ୍ୟବାଦ ଦେଇଛନ୍ତି ।

କହିରଖୁ କି ରାମନାଥ କୋବିନ୍ଦ ୨୦୧୭ ମସିହାରେ ଭାରତର ୧୪ ତମ ରାଷ୍ଟ୍ରପତି ଭାବେ ଶପଥ ନେଇଥିଲେ । ସେ ଏନଡିଏ ତରଫରୁ ପ୍ରାର୍ଥୀ ହୋଇ ୟୁପିଏ ପ୍ରାର୍ଥୀ ମୀରା କୁମାରଙ୍କୁ ପରାଜିତ କରିଥିଲେ । ରାମନାଥ କୋବିନ୍ଦ ରାଷ୍ଟ୍ରପତି ହେବା ପୂର୍ବରୁ ବିହାରର ରାଜ୍ୟପାଳ ଓ ପୂର୍ବରୁ ରାଜ୍ୟସଭାର ସାଂସଦ ଥିଲେ ।