ଆଜି ପ୍ରଥମ ଡୋଜ୍ କରୋନା ଟିକା ନେବେ ମହାମହିମ୍ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ନୂଆଦିଲ୍ଲୀସ୍ଥିତ ଆର୍ମି ହସ୍ପିଟାଲରେ ନେବେ ଟିକା

କୋଭିଡ୍‌-୧୯ ଟିକାର ପ୍ରଥମ ଡୋଜ୍‌ ନେବେ...

107

ଆଜି ରାଷ୍ଟ୍ରପତି ରାମନାଥ କୋବିନ୍ଦ ନୂଆଦିଲ୍ଲୀସ୍ଥିତ ‘ଆର୍ମି ହସ୍ପିଟାଲ୍‌’ରେ (ରିସର୍ଚ ଆଣ୍ଡ୍‌ ରେଫେରାଲ୍‌) ସ୍ୱଦେଶୀ କୋଭିଡ୍‌-୧୯ ଟିକାର ପ୍ରଥମ ଡୋଜ୍‌ ନେବେ। ମାର୍ଚ ପହିଲାରୁ ଦେଶବ୍ୟାପୀ ଆରମ୍ଭ ହୋଇଛି କୋଭିଡ୍‌-୧୯ ଟିକାକରଣର ଦ୍ୱିତୀୟ ପର୍ଯ୍ୟାୟ । ଅଧିକ ବ୍ୟାପକ କରାଯାଇଥିବା ଏହି ଟିକାକରଣ ଅଭିଯାନରେ ୬୦ରୁ ଊର୍ଦ୍ଧ୍ୱ ବୟସ୍କ ଏବଂ ବିଭିନ୍ନ ଶାରୀରିକ ସମସ୍ୟା ଥିବା ୪୫ ବର୍ଷ ଏବଂ ତଦୂର୍ଦ୍ଧ୍ୱ ବୟସ୍କ ବ୍ୟକ୍ତିମାନଙ୍କୁ କୋଭିଡ୍‌-୧୯ ଟିକା ଦିଆଯାଉଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏବଂ ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷ ବର୍ଦ୍ଧନଙ୍କ ସମେତ ବହୁ ଶୀର୍ଷସ୍ତରୀୟ ରାଜନେତାମାନେ ଏହି ଟିକା ନେଇ ସାରିଲେଣି । ମଙ୍ଗଳବାର ଦିନ ‘ଆର୍ମି ହସ୍ପିଟାଲ୍‌’ରେ କୋଭିଡ୍‌-୧୯ ଟିକା ନେବାର ପ୍ରଥମ ବ୍ୟକ୍ତି ହେଉଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ପୂର୍ବରୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ କହିଥିଲେ ଯେ, ଭାରତ ବିଶ୍ୱର ବୃହତ୍ତମ ଟିକାକରଣ କାର୍ଯ୍ୟକ୍ରମ ଚଳାଇବା ବଡ଼ ଗୌରବର ବିଷୟ। ଏହି ଅଭିଯାନରେ ଦିଆ ଯାଉଥିବା ଉଭୟ ଟିକା ସ୍ୱଦେଶରେ ଉତ୍ପାଦନ କରାଯାଉଛି ।