କନକ ବ୍ୟୁରୋ: ରାଷ୍ଟ୍ରପତିଙ୍କ ଠାରୁ ସମ୍ମାନଜନକ ପଦ୍ମଭୂଷଣ ପୁରସ୍କାର ଗ୍ରହଣ କଲେ ବିଶିଷ୍ଟ ଲେଖିଲା ତଥା ଔପନ୍ୟାସିକା ପ୍ରତିଭା ରାୟ । ରାଷ୍ଟ୍ରପତି ଭବନରେ ରେଡ୍ କାର୍ପେଟରେ ଯାଇ ରାଷ୍ଟ୍ରପତିଙ୍କ ହାତକୁ ପଦ୍ମ ପୁରସ୍କାର ଗ୍ରହଣ କରିଛନ୍ତି ପ୍ରତିଭା ରାୟ ଯାହା ଓଡିଶା ପାଇଁ ଗର୍ବ ଏବଂ ଗୌରବର ମୁହୂର୍ତ୍ତ ।

Advertisment

ତେବେ ଗତ ଜାନୁୟାରୀ ୨୫ ତାରିଖରେ ପଦ୍ମଭୂଷଣ ପୁରସ୍କାର ପାଇବା ନେଇ ପ୍ରତିଭା ରାୟଙ୍କ ନାମ ଘୋଷଣା ହୋଇଥିଲା । ଆଉ ଏହାର ଠିକ୍ ୨ ମାସ ପରେ ରାଷ୍ଟ୍ରପତିଙ୍କ ଠାରୁ ସମ୍ମାନ ଗ୍ରହଣ କରିଛନ୍ତି ପ୍ରତିଭା ରାୟ ।

ସମ୍ମାନଜନକ ପଦ୍ମଭୂଷଣ ସମ୍ମାନ ଘୋଷଣା ପରେ ଏ ସମ୍ମାନ ମୋ ରାଜ୍ୟର, ମୋ ଭାଷାର ଏ ସମ୍ମାନ ବ୍ୟକ୍ତିଙ୍କୁ ନୁହେଁ ସାହିତ୍ୟକୁ ମିଳିଛି ବୋଲି କହିଥିଲେ ପ୍ରତିଭା । । ପ୍ରତିଭା ରାୟ ! ଓଡିଶାର କେବଳ ଏକ ନାଁ ନୁହଁନ୍ତିଟ୍ଟ ପ୍ରତିଟି ଲେଖକର ଶବ୍ଦ ସମ୍ଭାର । କବିତା, ଗଳ୍ପ, ଉପନ୍ୟାସର ମୂର୍ଛନା । ଯୁବପିଢିଙ୍କ ପାଇଁ ପ୍ରେରଣା । ପ୍ରତିଟି ଓଡିଆଙ୍କ ଘରର ବହି ଥାକରେ କିଛି ଥାଉ କି ନଥାଉ, ପ୍ରତିଭା ରାୟଙ୍କ ଯାଜ୍ଞସେନୀ ଥିବ, ବର୍ଷା-ବସନ୍ତ- ବୈଶାଖ ଥିବଟ୍ଟ ମୋକ୍ଷ ଥିବ, ଶିଳାପଦ୍ମ ଥିବଟ୍ଟ ତେବେ ୨୦୦୭ ମସିହାରେ ପ୍ରତିଭା ରାୟଙ୍କୁ ମିଳିଥିଲା ପଦ୍ମଶ୍ରୀ ପୁରସ୍କାର । ୨୦୦୦ ମସିହାରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର । ୨୦୧୧ରେ ଜ୍ଞାନପୀଠ ପୁରସ୍କାର ଭଳି ଅନେକ ସମ୍ମାନରେ ସେ ସମ୍ମାନିତ ହୋଇଛନ୍ତି । ଆଉ ଆଜି ତାଙ୍କୁ ମିଳିଛି ପଦ୍ମଭୂଷଣ ପୁରସ୍କାର ।