ଆଜି ଓଡିଶା ଆସୁଛନ୍ତି ରାଷ୍ଟ୍ରପତି । ପାଇକ ବିଦ୍ରୋହ ସ୍ମାରକର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ରାମନାଥ କୋବିନ୍ଦ

ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ବ୍ୟାପକ ପ୍ରସ୍ତୁତି

312

କନକ ବ୍ୟୁରୋ: ଆଜିଠାରୁ ୨ଦିନିଆ ଓଡିଶା ଗସ୍ତରରେ ଆସୁଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଆଜି ସାଢେ ୭ଟାରେ ରଷ୍ଟ୍ରପତି ଭୁବନେଶ୍ୱର ବିମାନବନ୍ଦରରେ ପହଂଚିବେ । ୮ ତାରିଖ ସକାଳ ୯ଟା ୫୦ରେ ଭୁବନେଶ୍ୱର ବିମାନ ବନ୍ଦରରୁ ହେଲିକପ୍ଟରରେ ଖୋର୍ଦ୍ଧା ଗୋଶାଳା ପଡିଆ ସ୍ଥିତ ହେଲିପ୍ୟାଡକୁ ଯିବେ । ସେଠାରୁ ଖୋର୍ଦ୍ଧା ବରୁଣେଇ ପାହାଡକୁ ଯାଇ ପାଇଖ ବିଦ୍ରୋହର ୨୦୦ବର୍ଷ ପୁର୍ତ୍ତି ଅବସରରେ ସହିଦ ସ୍ମାରକୀର ଶିଳାନ୍ୟାସ କରିବେ । ଏଥିପାଇଁ ବରୁଣେଇ ନିକଟରେ ୯ଏକର ୫୪୦ ଡେସିମିଲ ଯାଗା ଚିହ୍ନଟ କରାଯାଇଛି । ରଷ୍ଟ୍ରପତି ସେଠାରେ ଶିଳାନ୍ୟାସ କରିବା ସହିତ ସାଧାରଣ ସଭାରେ ଉଦବୋଧନ ଦେବାର କାର୍ଯ୍ୟକ୍ରମ ରହିଛି । ଦିନ ୧୨ଟା ୩୫ରେ ଉକ୍ରଳ ବିଶ୍ୱବିଦ୍ୟାଳୟ ପ୍ଲାଟିନମ ଜୁବୁଲି ଉଦଯାପନୀ ସମାରୋହରେ ଯୋଗ ଦେବେ ।

ସୁରକ୍ଷା ବ୍ୟବସ୍ଥାକୁ ନେଇ ପୁଲିସ କମିସନର ସୂଚନା ମୁତାବକ, ବ୍ଲୁ-ବୁକ୍ ନିୟମ ଅନୁଯାୟୀ ରାଷ୍ଟ୍ରପତିଙ୍କ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଉଛି। ଡିସିପି ଅନୁପ କୁମାର ସାହୁ ସୁରକ୍ଷା ଦାୟିତ୍ବରେ ରହିବେ। ବିମାନବନ୍ଦର, ରାଜଭବନ, ଖୋର୍ଧା ବରୁଣେଇ ପୀଠ, ଉତ୍କଳ ବିଶ୍ବବିଦ୍ୟାଳୟ ପରିସର ଓ ରାଷ୍ଟ୍ରପତି ଯିବା ରାସ୍ତାରେ ପଯୁକ୍ତ ପୁଲିସ ଫୋର୍ସ ମୁତୟନ ହେବେ। ରାଷ୍ଟ୍ରପତିଙ୍କ ଯିବା ଆସିବା ସମୟରେ ଉଭୟ ପଟର ରାସ୍ତାକୁ କିଛି ସମୟ ପୂର୍ବରୁ ବନ୍ଦ କରି ଦିଆଯିବ। ରାଷ୍ଟ୍ରପତିଙ୍କ ସୁରକ୍ଷା ବନ୍ଦୋବସ୍ତ ଏସ୍ପିଜି ହାତରେ ରହିଛି। ରାଜ୍ୟ ପୁଲିସ କେବଳ ବାହ୍ୟ ସୁରକ୍ଷା ଯୋଗାଇ ଦେବ। ଏଥିପାଇଁ ଏସପିଜିର ସ୍ବତନ୍ତ୍ର ଦଳ ପହଞ୍ଚି ଉତ୍କଳ ବିଶ୍ବବିଦ୍ୟାଳୟ ପରିସର ଓ ବରୁଣେଇପୀଠକୁ ଯାଇ ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କରିଛି।

୭ ତାରିଖ ସଂଧ୍ୟାରେ ରାଷ୍ଟ୍ରପତି କୋବିନ୍ଦ ଏକ ସ୍ବତନ୍ତ୍ର ବିମାନ ଯୋଗେ ଆସି ଭୁବନେଶ୍ବରରେ ପହଞ୍ଚିବେ। ସେଠାରୁ ସେ ସିଧା ରାଜଭବନ ଯିବେ। ସେଠାରେ ରାତ୍ରିଯାପନ କରିବେ। ୮ ତାରିଖ ପୂର୍ବାହ୍ନରେ ସେ ଖୋର୍ଧାର ବରୁଣେଇ ପୀଠକୁ ଯିବେ। ସେଠାରେ ହେବାକୁ ଥିବା ପାଇକ ମେମୋରିଆଲ ଫାଉଣ୍ଡେସନର ସଭାରେ ଯୋଗଦେବେ। ସେଠାରୁ ଉତ୍କଳ ବିଶ୍ବବିଦ୍ୟାଳୟ ଆସି ପ୍ଲାଟିନମ ଜୁବୁଲିର ଉଦ୍ୟାପନୀ କାର୍ୟ୍ୟକ୍ରମରେ ଯୋଗ ଦେବେ। ସେଠାରୁ ଦିନ ପ୍ରାୟ ୧.୪୫ରେ ରାଜଭବନ ଫେରିବେ। ରାଜଭବନରେ କିଛି ସମୟ ବିଶ୍ରାମ ନେବା ପରେ ସଂଧ୍ୟା ପ୍ରାୟ ୫ଟା ୨୦ରେ ଦିଲ୍ଲୀ ଅଭିମୁଖେ ଫେରିଯିବାର କାର୍ୟ୍ୟକ୍ରମ ରହିଛି।