ବିଶ୍ୱ ପ୍ରସିଦ୍ଧ କୋଣାର୍କ ମନ୍ଦିର ବୁଲି ଦେଖୁଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ : ତୈଲ ନିଗମର ବ୍ୟାଖାନ କେନ୍ଦ୍ର କରିବେ ପରିଦର୍ଶନ

170

କନକ ବ୍ୟୁରୋ : ବିଶ୍ୱ ପ୍ରସିଦ୍ଧ କୋଣାର୍କ ମନ୍ଦିର ବୁଲି ଦେଖିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ପୁରୀରୁ ବାୟୁସେନାର ସ୍ୱତନ୍ତ୍ର ହେଲିକପ୍ଟରରେ କୋଣାର୍କ ପହଂଚିବା ପରେ କଡା ସୁରକ୍ଷାରେ ସୂର୍ଯ୍ୟ ମନ୍ଦିର ବୁଲି ଦେଖିଛନ୍ତି । ରାଷ୍ଟ୍ରପତିଙ୍କ ସହ ଥିଲେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ  ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ରାଷ୍ଟ୍ରପତିଙ୍କ ଗସ୍ତକୁ ଆଖିରେ ରଖି କୋଣାର୍କରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । କୋଣାର୍କ  ମନ୍ଦିର ବୁଲି ଦେଖିବା ପରେ ଇଣ୍ଡିଆନ ଅଏଲ ପକ୍ଷରୁ ନିର୍ମିତ ବ୍ୟାଖ୍ୟାନ କେନ୍ଦ୍ର ପରିଦର୍ଶନ କରିବେ ରାଷ୍ଟ୍ରପତି । ଏହାପରେ ମଧ୍ୟାହ୍ନ ଭୋଜନ କୋଣାର୍କ ଯାତ୍ରୀ ନିବାସରେ କରିବା କାର୍ଯ୍ୟସୂଚୀ ରହିଛି ।

ରଷ୍ଟ୍ରପତିଙ୍କ ଗସ୍ତକୁ ଆଖିରେ ରଖି ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । କୋଣାର୍କରେ ୪୦ ପ୍ଲାଟୁନ ପୁଲିସ ଫୋର୍ଟ ସହ ୨୫୦ ଅଫିସର ନିୟୋଜିତ ହୋଇଛନ୍ତି । ଏହାଛଡା ସମ୍ବେଦନଶୀଲ ସ୍ଥାନରେ ଏସପି ଓ ତାଙ୍କର ଜଣେ ଲେଖାଏଁ ଅଫିସର ମୁତୟନ ହୋଇଛନ୍ତି ।