ଲୋକସଭା ଏବଂ ରାଜ୍ୟସଭା ପରେ ତିନି ତଲାକ୍ ବିଲକୁ ରାଷ୍ଟ୍ରପତିଙ୍କ ସବୁଜ ସଂକେତ ! ଟ୍ୱିଟ୍ କରି ସାଂସଦଙ୍କୁ ଧନ୍ୟବାଦ ଦେଲେ ପ୍ରଧାନମନ୍ତ୍ରୀ , ୨୦୧୮ ସେପ୍ଟେମ୍ବର ୧୯ ତାରିଖରୁ ଲାଗୁ ବୋଲି ମନେକରାଯିବ । 

ଲୋକସଭା ଏବଂ ରାଜ୍ୟସଭା ପରେ ତିନି ତଲାକ୍ ବିଲକୁ ରାଷ୍ଟ୍ରପତିଙ୍କ ସବୁଜ ସଂକେତ ! ଟ୍ୱିଟ୍ କରି ସାଂସଦଙ୍କୁ ଧନ୍ୟବାଦ ଦେଲେ ପ୍ରଧାନମନ୍ତ୍ରୀ , ୨୦୧୮ ସେପ୍ଟେମ୍ବର ୧୯ ତାରିଖରୁ ଲାଗୁ ବୋଲି ମନେକରାଯିବ । 

ଲୋକସଭା ଏବଂ ରାଜ୍ୟସଭାରେ ପାସ୍ ହେବା ପରେ ଏବେ ତିନି ତଲାକ୍ ବିଲକୁ ରାଷ୍ଟ୍ରପତି ରାମନାଥ୍ କୋବିନ୍ଦ୍ ଙ୍କ ଠାରୁ ମଧ୍ୟ ମଞ୍ଜୁର ମିଳିଯାଇଛି । ରାଷ୍ଟ୍ରପତିଙ୍କ ଠାରୁ ମଞ୍ଜୁରୀ ମିଳିବା ପରେ ତିନି ତଲାକ୍ ଆଇନ୍ ପ୍ରସ୍ତୁତ ହୋଇସାରିଛି । ଏହି ଆଇନ୍ ୨୦୧୮ ସେପ୍ଟେମ୍ବର ୧୯ ତାରିଖରୁ ଲାଗୁ ବୋଲି ମନେକରାଯିବ । ନିଜର କୁଶଳ ରଣନୀତିକୁ ଆପଣାଇ ମୋଦି ସରକାର ଜୁଲାଇ ୨୫ ରେ ଲୋକସଭା ଏବଂ ଜୁଲାଇ ୩୦ ରେ ରାଜ୍ୟସଭାରେ ଏହି ବିଲକୁ ପାସ୍ କରିଥିଲେ । ଏହି ବିଲର ଆଇନ୍ ପ୍ରସ୍ତୁତ ହେବା ପରେ ସେପ୍ଟେମ୍ବର ୧୯ , ୨୦୧୮ ପରେ ଯେତେ ବି ତିନି ତଲାକ୍ ମାମଲା ସାମ୍ନାକୁ ଆସିଛି ସେ ସବୁ ଏହି ଆଇନ୍ ବ୍ୟବସ୍ଥାରେ ହିଁ ଭିତରେ ଆସିବ ।

ଲୋକସଭାରେ ଏହି ବିଲ୍ ପାସ୍ ହେବା ପରେ ମଙ୍ଗଳବାର ରାଜ୍ୟସଭାରେ ମଧ୍ୟ ଏହି ବିଲକୁ ସବୁଜ ସଂକେତ ମିଳିଯାଇଛି । ଏହି ବିଲ୍ ପାସ୍ ହେବା ପରେ କୌଣସି ପ୍ରକାର ଛାଡପତ୍ର ଦେବା ମାମଲାକୁ ଅପରାଧ ବୋଲି ସ୍ୱୀକାର କରାଯିବ । ଏହି ବିଲ୍ ଅନୁସାରେ ୩ ବର୍ଷର ଜେଲଦଣ୍ଡ ସହ ଜରିମାନା ଦଣ୍ଡ ମଧ୍ୟ ମିଳିବ । ରାଜ୍ୟସଭାରେ ଏହି ବିଲ୍ କୁ ସମର୍ଥନ କରି ୯୯ ଭୋଟ୍ ପଡିଥିବା ବେଳେ ଏହାର ବିପକ୍ଷରେ ୮୪ ଟି ଭୋଟ୍ ପଡିଥିଲା । ଭୋଟିଙ୍ଗ୍ ସମୟରେ ୧୮୩ ଜଣ ସାଂସଦ ସଂସଦରେ ଉପସ୍ଥିତ ଥିଲେ । ବିଲ୍ ପାସ୍ ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ୱିଟ୍ କରି ସବୁ ସାଂସଦଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି । ମୋଦି ଟ୍ୱିଟ୍ କରି କହିଥିଲେ , ସମ୍ପୁର୍ଣ୍ଣ ଦେଶ ପାଇଁ ଆଜି ହେଉଛି ଏକ ଐତିହାସିକ ଦିନ । ଆଜି କୋଟି କୋଟି ମା’ଭଉଣୀ ମାନଙ୍କୁ ସମ୍ମାନର ସହ ବଂଚିବା ପାଇଁ ନ୍ୟାୟ ମିଳିଛି ଏବଂ ଏହି ମହତ୍ କାମରେ ସହଯୋଗ କରିଥିବାରୁ ମୁଁ ସବୁ ସାଂସଦଙ୍କୁ ଧନ୍ୟବାଦ ଜଚ୍ଚାଉଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe