କନକ ବ୍ୟୁରୋ : ରାଷ୍ଟ୍ରପତି ରାମନାଥ କୋବିନ୍ଦ ଲା ଗଣେଶନଙ୍କୁ ମଣିପୁର ରାଜ୍ୟପାଳ ଭାବେ ନିଯୁକ୍ତ କରିଛନ୍ତି । ଲା ଗଣେଶନ ବିଜେପିର ଜଣେ ବରିଷ୍ଠ ନେତା ଭାବେ ବେସ୍ ଜଣାଶୁଣା । ସେ ଏହା ପୂର୍ବରୁ ରାଜ୍ୟସଭା ସାଂସଦ ଥିଲେ । ସେ ତାମିଲନାଡୁ ବିଜେପିର ଅଧ୍ୟକ୍ଷ ଭାବେ ବି କାର୍ଯ୍ୟ କରିଛନ୍ତି । ଏହାସହ ସେ ବିଜେପିର ବିଭିନ୍ନ ପଦ ପଦବୀରେ ରହିସାରିଛନ୍ତି ।
President Ram Nath Kovind appoints La Ganesan as the Governor of Manipur.
— ANI (@ANI) August 22, 2021
କହିରଖୁ କି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମନ୍ତ୍ରୀମଣ୍ଡଳ ସଂପ୍ରସାରଣ ପୂର୍ବରୁ ବି କିଛି ରାଜ୍ୟର ରାଜ୍ୟପାଳ ବଦଳିଥିଲେ । ଲା ଗଣେଶନଙ୍କୁ ମଣିପୁରର ୧୭ ତମ ରାଜ୍ୟପାଳ ଭାବେ ରାଷ୍ଟ୍ରପତି ନିଯୁକ୍ତ କରିଛନ୍ତି । ଚଳିତ ମାସ ନଜମା ହେପତୁଲ୍ଲାଙ୍କ କାର୍ଯ୍ୟକାଳ ଶେଷ ହେବା ପରେ ଏହି ପଦ ଖାଲି ପଡିଥିଲା । ହେପତୁଲ୍ଲା ଅଗଷ୍ଟ ୧୦ ତାରିଖରେ ପଦ ଛାଡିଥିଲେ , ସେହିଦିନ ସିକ୍କିମର ରାଜ୍ୟପାଳ ଗଙ୍ଗା ପ୍ରସାଦଙ୍କୁ ମଣିପୁର ରାଜ୍ୟପାଳ ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/08/Capture-41.jpg)