ଉପଗ୍ରହ ଉତକ୍ଷେପଣରେ ରୁଷ ଉତ୍ତର କୋରିଆକୁ ସାହାଯ୍ୟ କରିବ ବୋଲି ପ୍ରତିଶୃତି ଦେଇଛି ।
ଉଭୟ ନେତା ଏକାଠି ରାତ୍ରୀ ଭୋଜନ କରିବେ ।
ଗତ ବୁଧବାର ଦିନ ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ ଜୋଙ୍ଗ ରୁଷର ସ୍ପେସପୋର୍ଟ ଭୋଷ୍ଟୋଚନ କସମୋଡ୍ରୋମରେ ସାକ୍ଷାତ କରିଛନ୍ତି । ଏହି ସ୍ପେସପୋର୍ଟ ରୁଷର ପୂର୍ବ ଆମୁର ଅଞ୍ଚଳରେ ଅବସ୍ଥିତ । ଦୁଇ ନେତାଙ୍କ ମଧ୍ୟରେ ପ୍ରତିନିଧିତ୍ୱ ସ୍ତରୀୟ ଆଲୋଚନା ଚାଲିଛି ।
କିମ ଜୋଙ୍ଗ କହିଛନ୍ତି ରୁଷ ସହିତ ଉତ୍ତମ ସମ୍ପର୍କ ଆମର ପ୍ରାଥମିକତା । ସାମ୍ରାଜ୍ୟବାଦ ବିରୋଧ ଲଢେଇରେ ଆମେ ରୁଷ ସହିତ ରହିଥିଲୁ ଏବଂ ସର୍ବଦା ରହିବୁ । ଏହାପୂର୍ବରୁ କିମ ଜୋଙ୍ଗ ସ୍ପେସ୍ ସେଣ୍ଟରରେ ଲଞ୍ଚ ସୁବିଧା ବିଷୟରେ ପଚାରି ବୁଝିଥିଲେ । ପୁଟିନ କହିଛନ୍ତି- ତୁମକୁ ଭେଟି ଭଲ ଲାଗିଲା ।
ଉପଗ୍ରହ-ରକେଟ୍ ଉତକ୍ଷେପଣରେ ଉତ୍ତର କୋରିଆକୁ ସାହାଯ୍ୟ କରିବା ସହ ଜଡିତ ଏକ ପ୍ରଶ୍ନର ଉତ୍ତରରେ ପୁଟିନ କହିଛନ୍ତି, 'ଏହି କାରଣରୁ ଆମେ ମହାକାଶ କେନ୍ଦ୍ରରେ ସାକ୍ଷାତ କରୁଛୁ । ଉତ୍ତର କୋରିଆର ନେତାମାନେ ରକେଟ୍ ନିର୍ମାଣ ପ୍ରଯୁକ୍ତିବିଦ୍ୟା ପାଇଁ ଆଗ୍ରହୀ ଅଟନ୍ତି । ଆମର ବହୁତ ସମୟ ଅଛି ଏବଂ ଆମେ ପ୍ରତ୍ୟେକ ବିଷୟ ଉପରେ ଆଲୋଚନା କରିବୁ । ପୁଟିନ କହିଲେ - ' ତୁମକୁ ଭେଟି ବହୁତ ଖୁସି ଲାଗିଲା ।'
ଏହାର ଜବାବରେ କିମ ଜୋଙ୍ଗ ପୁଟିନଙ୍କୁ ବ୍ୟସ୍ତ କାର୍ଯ୍ୟସୂଚୀରୁ ସମୟ ବାହାର କରିଥିବାରୁ ଧନ୍ୟବାଦ ଦେଇଥିଲେ। କିମ ଜୋଙ୍ଗ ମଙ୍ଗଳବାର ତାଙ୍କ ବ୍ୟକ୍ତିଗତ ଟ୍ରେନରେ ରୁଷର ଭ୍ଲାଡିଭୋଷ୍ଟୋକ ସହରରେ ପହଞ୍ଚିଥିଲେ। ତାଙ୍କୁ ସେଠାରେ ଭବ୍ୟ ସ୍ୱାଗତ କରାଯାଇଥିଲା । କିମଙ୍କ ସହ ତାଙ୍କ ଭଉଣୀ କିମ ୟୋ ଜୋଙ୍ଗ ମଧ୍ୟ ରୁଷ ଗସ୍ତରେ ଆସିଛନ୍ତି ।
ଶେଷ ଥର ପାଇଁ ଏହି ଦୁଇ ନେତା ୪ ବର୍ଷ ପୂର୍ବେ ୨୦୧୯ ରେ ପରସ୍ପରକୁ ସାକ୍ଷାତ କରିଥିଲେ ।