ପୁଣି ଚର୍ଚ୍ଚାରେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ । ସଂଘ କାର୍ଯ୍ୟକ୍ରମରେ ଯୋଗ ଦେବା ପରେ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି ପ୍ରଣବଙ୍କ କିଛି ନକଲି ଫଟୋ । ଏନେଇ ପ୍ରଣବଙ୍କ ଝିଅ ଶର୍ମିଷ୍ଠା ମୁଖାର୍ଜି ଟ୍ୱିଟ୍ କରି କ୍ଷୋଭ ଜାହିର୍ କରିଛନ୍ତି । ସେ କହିଛନ୍ତି ଯାହା ଡର ଥିଲା ତାହା ହିଁ ହେଲା । ବିଜେପି ଓ ଆରଏସଏସର ମିଛ ପ୍ରଚାର ଶୈଳୀର ଶିକାର ହେଲେ ବାପା ବୋଲି ଶର୍ମିଷ୍ଠା ନିଜ ଟ୍ୱିଟରେ ଲେଖିଛନ୍ତି ।
ଶର୍ମିଷ୍ଠା ଟ୍ୱିଟ୍ କରିଥିବା ଫଟୋରେ କଳା ଟୋପି ପିନ୍ଧି ସଂଘ କର୍ମକର୍ତାଙ୍କ ଶୈଳୀରେ ପ୍ରଣବ ଅଭିଭାଦନ ଗ୍ରହଣ କରୁଥିବା ଦେଖିବାକୁ ମିଳିଛି । ପୂର୍ବରୁ ମଧ୍ୟ ଆରଏସଏସ୍ କାର୍ଯ୍ୟକ୍ରମରେ ପ୍ରଣବ ମୁଖାର୍ଜି ଯୋଗ ଦେବାନେଇ ଶର୍ମିଷ୍ଠା ବିରୋଧ କରିଥିଲେ । ସେତେବେଳେ ସେ କହିଥିଲେ, ସଂଘ କାର୍ଯ୍ୟକ୍ରମରେ ଆପଣ ଯାହା କହିବେ ତାହାର ଭିଡ଼ିଓ ସବୁଦିନ ପାଇଁ ରହିଯିବ । ଯାହାର ଫାଇଦା ପରବର୍ତ୍ତୀ ସମୟରେ ଆରଏସଏସ ଉଙ୍ଖାଇବ ।
ତେବେ ଏନେଇ ସଂଘ କହିଛି, ଯେଉଁମାନେ ଆରଏସଏସ ସଂଘ କାର୍ଯ୍ୟକ୍ରମରେ ଯୋଗଦେବାକୁ ପ୍ରଣବଙ୍କୁ ବିରୋଧ କରୁଥିଲେ ସେହିମାନେ ଏପରି କରିଛନ୍ତି । ଏପରିକି ସଂଘକୁ ବଦନାମ କରିବାର ଏହା ଗୋଟିଏ ନୂଆ ଚାଲ । ସଂଘ ପକ୍ଷରୁ କୁହାଯାଇଛି, ପ୍ରାର୍ଥନା ସମୟରେ ପ୍ରଣବ ପୂର୍ବ ଭଳି ଛିଡ଼ା ହୋଇ ରହିଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/06/693347-pranab-mukherjee-rss-fake-image-congress-tweet.jpg)