ସଦୈବ ଅଟଳ : ଅଟଳବିହାରୀ ବାଜପେୟୀଙ୍କ ୯୬ ତମ ଜନ୍ମବାର୍ଷିକୀରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ମୋଦୀ

Advertisment
ସଦୈବ ଅଟଳ : ଅଟଳବିହାରୀ ବାଜପେୟୀଙ୍କ ୯୬ ତମ ଜନ୍ମବାର୍ଷିକୀରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ମୋଦୀ

ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳବିହାରୀଙ୍କ ୯୬ତମ ଜନ୍ମବାର୍ଷିକୀ ଅବସରରେ ଆଜି ‘ସଦୈବ ଅଟଳ’ଠାରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଅନ୍ୟ ମନ୍ତ୍ରୀମାନେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ରାଷ୍ଟ୍ରୀୟ ସ୍ମୃତି ସ୍ଥଳ ନିକଟରେ ନିର୍ମିତ ସ୍ମାରକୀ ‘ସଦୈବ ଅଟଳ’ରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିବା ଅନ୍ୟମାନଙ୍କ ମଧ୍ୟରେ ଥିଲେ କେନ୍ଦ୍ରମନ୍ତ୍ରୀ ଅମିତ ଶାହ, ରାଜନାଥ ସିଂହ, ନିର୍ମଳା ସୀତାରମଣ ଏବଂ ପୀୟୂଷ ଗୋୟାଲ୍‌।

publive-image

‘ଉତ୍ତମ ଶାସନ ଦିବସ’ ଭାବେ ପାଳିତ ଅଟଳବିହାରୀ ବାଜପେୟୀଙ୍କ ଜନ୍ମ ଦିବସରେ ଆଜି ସକାଳେ ପ୍ରଧାନମନ୍ତ୍ରୀ ମୋଦୀ ଟୁଇଟ୍‌ କରି ଲେଖିଛନ୍ତି, ପୂର୍ବତନ ପ୍ରଧାନମନ୍ତ୍ରୀ ଆଦରଣୀୟ ଅଟଳବିହାରୀ ବାଜପେୟୀ ଜୀଙ୍କୁ ତାଙ୍କ ଜନ୍ମଜୟନ୍ତୀ ଅବସରରେ ଶତ ଶତ ପ୍ରଣାମ। ନିଜର ଦୂରଦୃଷ୍ଟିସମ୍ପନ୍ନ ନେତୃତ୍ୱରେ ସେ ଦେଶକୁ ବିକାଶର ଅଭୂତପୂର୍ବ ଶିଖରକୁ ନେଇଯାଇଥିଲେ। ସଶକ୍ତ ଏବଂ ସମୃଦ୍ଧ ଭାରତ ନିର୍ମାଣ ନିମନ୍ତେ ତାଙ୍କର ଉଦ୍ୟମ ଚିରକାଳ ସ୍ମରଣୀୟ ହୋଇ ରହିବ।

୯୬ତମ ଜନ୍ମବାର୍ଷିକୀରେ ବାଜପେୟୀଙ୍କ ସମ୍ମାନାର୍ଥେ ଆଜି ସଂସଦ ଭବନର ସେଣ୍ଟ୍ରାଲ୍‌ ହଲ୍‌ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ଅଟଳବିହାରୀ ବାଜପେୟୀ ଇନ୍‌ ପାର୍ଲାମେଣ୍ଟ୍‌: ଏ କମେମୋରେଟିଭ୍‌ ଭଲ୍ୟୁମ୍‌’ ଉଦ୍‌ଘାଟନ କରିବେ। ଲୋକସଭା ସଚିବାଳୟଦ୍ୱାରା ପ୍ରକାଶିତ ଏହି ପୁସ୍ତକରେ ବାଜପେୟୀଙ୍କ ଉଲ୍ଲେଖନୀୟ ଭାଷଣ ସମେତ ତାଙ୍କ ଜୀବନ ଏବଂ କାର୍ୟ୍ୟାବଳୀ ଉପରେ ଆଲୋକପାତ କରାଯାଇଛି। ଏଥିରେ ତାଙ୍କର କେତୋଟି ଦୁଷ୍ପ୍ରାପ୍ୟ ଫଟୋ ମଧ୍ୟ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe