ଆମେରିକାର ରାଷ୍ଟ୍ରପତି ନିର୍ବାଚନର ଫଳା ଫଳକୁ ନେଇ ଏବେ ବିଶ୍ୱବାସୀ ଉତ୍କଣ୍ଠାର ସହ ଚାହିଁ ରହିଥିବା ବେଳେ ଆମେରିକା ରାଷ୍ଟ୍ରପତି ନିର୍ବାଚନର କିଛି ରୋଚକ କଥା

885

କନକ ବ୍ୟୁରୋ : ବିଶ୍ୱରେ ସର୍ବବୃହତ ବିକାଶଶୀଳ ରାଷ୍ଟ୍ର ଆମେରିକାରରେ ରାଷ୍ଟ୍ରପତି ନିର୍ବାଚନର ଫଳା ଫଳକୁ ନେଇ ଏବେ ସାରା ବିଶ୍ୱବାସୀ ଉକ୍ରଣ୍ଠାର ସହ ଅପେକ୍ଷା କରିଛନ୍ତି । କିଏ ହେବ ଆମେରିକାର ରାଷ୍ଟ୍ରପତି ? । ଜୋ ବାଇଡେନ ନା ଡୋନାଲ୍ଡ ଟ୍ରମ୍ପ । ଏନେଇ ଫଳା ଫଳ ଶେଷ ପର୍ଯ୍ୟାୟରେ ପହଂଚିଥିଲେ ବି ବିଧି ବଧ ଭାବେ ଘୋଷଣା ବାକି ରହିଛି । ହେଲେ ଆମେରିକାର ରାଷ୍ଟ୍ରପତି ଇତିହାସକୁ ଦେଖିଲେ ୧୭୮୯ ମସିହାରୁ ଏଠାରେ ରାଷ୍ଟ୍ରପତି ନିର୍ବାଚିତ ଆରମ୍ଭ ହୋଇଥିଲା । ୧୭୮୯ ରୁ ଏପର୍ଯ୍ୟନ୍ତ ଆମେରିକାରେ ମୋଟ ୪୫ ଜଣ ରାଷ୍ଟ୍ରପତି ହୋଇଛନ୍ତି । କୌତୁହଳ କଥା ଯେ ଏହି ୪୫ ଜଣଙ୍କ ମଧ୍ୟରୁ ଦ୍ୱିତୀୟ ଥର ରାଷ୍ଟ୍ରପତି ପ୍ରାର୍ଥୀ ହୋଇ ୧୦ ଜଣ ପରାଜୟ ସ୍ୱିକାର କରିଛନ୍ତି । ଅବଶ୍ୟ ସେମାନଙ୍କ ଭିତରୁ ଜଣେ ରାଷ୍ଟ୍ରପତି ବେଞ୍ଜାମିନ ହାରିସନ ଦ୍ୱିତୀୟ ଥର ରାଷ୍ଟ୍ରପତି ନିର୍ବାଚନ ହାରିବା ପରେ ତୃତୀୟ ଥର ନିର୍ବାଚନ ଲଢି ବିଜୟୀ ହୋଇଥିଲେ । ଯାହାକି ଆମେରିକା ରାଷ୍ଟ୍ରପତି ଇତିହାସରେ ଏକ ବିରଳ ଘଟଣା । ଅନ୍ୟପଟେ ୨ ଜଣ ରାଷ୍ଟ୍ରପତି କ୍ଷମତାରେ ଥିବା ବେଳେ ହତ୍ୟାର ଶିକାର ହୋଇଥିଲେ । ସେମାନେ ହେଲେ ଆବ୍ରାହମ୍ ଲିଙ୍କନ ଓ ମ୍ୟାକ କୀନଲେ ।

ଆମେରିକା ରାଷ୍ଟ୍ରପତି ଇତିହାସରେ ଆଉଏକ ବିରଳ ଘଟଣା ହେଉଛି ସାମ୍ବିଧାନିକ ବ୍ୟବସ୍ଥାରେ ଆମେରିକାରେ ଜଣେ ଲୋକ ୨ ଥର ରାଷ୍ଟ୍ରପତି ହୋଇ ପାରିବ । ହେଲେ ଏହି ଆଇନ ଜର୍ଜ ୱାଶିଂଟନ ଏକ ଅଲିଖିତ ପ୍ରଥା ଭାବେ ଆରମ୍ଭ କରିଥିଲେ । ହେଲେ ଜଣେ ୪ ଥର ରାଷ୍ଟ୍ରପତି ହୋଇଥିଲେ ଓ ଚତୁର୍ଥ ଥର ରାଷ୍ଟ୍ରପତି ଥିବା ବେଳେ ମୃତ୍ୟୁବରଣ କରିଥିଲେ । ସେ ହେଉଛନ୍ତି ରୁଜଭେଲ୍ଟ । ହେଲେ ରୁଜୁଭେଲ୍ଟ ରାଷ୍ଟ୍ରପତି ହେବା ଯାଏ ଆମେରିକାରେ ଜଣେ ଲୋକ କେବଳ ୨ ଥର ରାଷ୍ଟ୍ରପତି ହୋଇପାରୁଥିଲେ । ୧୯୫୧ ମସିହାରେ ୨୨ ତମ ସମ୍ବିଧାନ ସଂଶୋଧନ ମାଧ୍ୟମରେ କେହି ବି ୨ ଥରରୁ ଅଧିକ ଥର ରାଷ୍ଟ୍ରପତି ହୋଇନପାରିବା କଟକଣା ଲାଗୁ କରାଯାଇଥିଲା ।
ଏବେ ଜାଣିବା କେଉଁ ୧୦ ଜଣ ଦ୍ୱିତୀୟଥର ପାଇଁ ରାଷ୍ଟ୍ରପତି ନିର୍ବାଚନ ଲଢି ପରାଜିତ ହୋଇଛନ୍ତି । ସେମାନେ ହେଲେ ଜନ୍ ଆଡାମସ, ଜନ କ୍ୱି ଆଡାମସ, ମାର୍ଟିନ ବୁରେନ୍, ବେଞ୍ଜାମିନ ହାରିସନ୍, ଉଲିୟମ ହାୱାଡ ଟାଫ୍, ହରବର୍ଟ ହୁଭର, ଜେ ଫୋର୍ଡ, ଜିମି କାର୍ଟର,ଜର୍ଜ ଡବ୍ଲୁ ବୁଶ୍ । ଏଠାରେ କହିରଖୁ କି ରିଚାର୍ଡ ନିକସନ ୱାଟରଗେଟ୍ ମାମଲାରେ ଇସ୍ତଫା ଦେବା ପରେ ଉପରାଷ୍ଟ୍ରପତି ଥିବା ଫୋର୍ଡ ରାଷ୍ଟ୍ରପତି ହୋଇଥିଲେ । କିନ୍ତୁ ଦ୍ୱିତୀୟଥର ନିର୍ବାଚନ ଲଢି ସେ ହାରିଥିଲେ । ଏଥର ଯଦି ଡୋନାଲ୍ଡ ଟ୍ରମ୍ପ୍ ନିର୍ବାଚନ ହାରନ୍ତି ତେବେ ସେ ୧୧ ତମ ରାଷ୍ଟ୍ରପତି ହେବେ ଯେକି ଦ୍ୱିତୀୟଥର ନିର୍ବାଚନ ଲଢି ପରାଜିତ ହୋଇଛନ୍ତି ।