source : News Room Post
ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏବେ ୪ ଦିନିଆ ହିମାଚଳପ୍ରଦେଶ ଗସ୍ତରେ ଯାଇ ସିମଲାଠାରେ ଅବସ୍ଥାନ କରୁଛନ୍ତି। ରାଷ୍ଟ୍ରପତିଙ୍କ ସହିତ ପତ୍ନୀ ସବିତା କୋବିନ୍ଦ, ଝିଅ ଓ ତାଙ୍କ ନାତିନାତୁଣି ମଧ୍ୟ ସିମଲା ଯାଇଛନ୍ତି। ତେବେ ରାଷ୍ଟ୍ରପତି ସିମଲାରେ ବୁଲି ଏହାର ପ୍ରକୃତିକ ସୌନ୍ଦର୍ୟ୍ୟର ମଜା ନେବା ସହିତ କେନ୍ଦ୍ରର ନରେନ୍ଦ୍ର ମୋଦି ସରକାର ଡିଜିଟାଲ ପେମେଣ୍ଟ ନେଇ ଯେଉଁ ଉଦ୍ୟମ ଚଳାଇଛନ୍ତି, ତାକୁ ପରୋକ୍ଷରେ ଉତ୍ସାହିତ କରିଛନ୍ତି।
ରାଷ୍ଟ୍ରପତି କୋବିନ୍ଦ ଏହି ଅବସରରେ ହିମାଚଳ ପ୍ରଦେଶର ପଯ୍ୟଟନ ବିକାଶ ବିଭାଗର ଏସିୟାନ ରେସ୍ତୋରାଁରେ ପରିବାର ସହିତ ଚାହା ପିଇବାକୁ ଯାଇଥିଲେ। ସେଠାରେ ରାଷ୍ଟ୍ରପତିଙ୍କ ପରିବାର, ଚାହା ବିସ୍କୁଟ, ସ୍ୟାଣ୍ଡଓ୍ଵିଚ୍ ଓ ଅନ୍ୟନ୍ୟା ଜଳଖିଆ ଗ୍ରହଣ କରିଥିଲେ। ଏହା ପରେ ରାଷ୍ଟ୍ରପତି ନିଜେ ନିଜ କ୍ରେଡିଟ୍ କାର୍ଡରେ ରେସ୍ତୋରାଁ ବିଲ ପୈଠ କରିଥିଲେ।
ଏହାପରେ ରାଷ୍ଟ୍ରପତି ଶ୍ରୀ କାବିନ୍ଦ ନିଜ ନାତିନାତୁଣୀମାନଙ୍କୁ ନେଇ ସ୍ଥାନୀୟ ଏକ ବହି ଦୋକାନକୁ ଯାଇଥିଲେ।ସେଠାରେ ନିଜ ପାଇଁ ୨ଟି ଓ ନାତିନାତୁଣିଙ୍କ ପାଇଁ ୧୦ଟି ବହି କିଣିବା ସହିତ ଏ ବାବଦରେ ୧୬ଶହ ଟଙ୍କା ନିଜ କ୍ରେଡିିଟ୍ କାର୍ଡରୁ ପେମେଣ୍ଟ କରିଥିଲେ। ଏ ସମ୍ପର୍କରେ ଟ୍ଵିଟ୍ କରି ରାଷ୍ଟ୍ରପତି କହିଛନ୍ତି ଯେ ଲୋକେ ଡିଜିଟାଲ ପେମେଣ୍ଟକୁୁ ଗ୍ରହଣ କରି ଥିବାରୁ ଖୁସି ଲାଗୁଛି। ସିମଲାକୁ ଖରାଛୁଟି କାଟିବାକୁ ଆସିଥିବା ନାତିନାତୁଣୀଙ୍କୁ ନେଇ ଏକ ବହି ଦୋକାନକୁ ଯାଇ ଖରାଛୁଟିରେ ପଢ଼ିବା ପାଇଁ ସେମାନଙ୍କ ପାଇଁ କିଛି ବହି କିଣିଲି ବୋଲି ରାଷ୍ଟ୍ରପତି ଟ୍ଵିଟ୍ କରିଛନ୍ତି।
Follow Us