କନକ ବ୍ୟୁରୋ : ବହୁ ଚର୍ଚିତ ନାଗରିକତା ସଂଶୋଧନ ବିଲ୍ -୨୦୧୯କୁ ମିଳିଛି ରାଷ୍ଟ୍ରପତିଙ୍କ ମଂଜୁରୀ । ଗତକାଲି ରାତିରେ ରାଷ୍ଟ୍ରପତିଙ୍କୁ ମଂଜୁରୀ ପରେ ପରେ ପ୍ରକାଶ ପାଇଛି ଗେଜେଟ ବିଜ୍ଞପ୍ତି । ସୋମବାର ଏହି ବିଲ୍ ଲୋକସଭାରେ ଏବଂ ବୁଧବାର ଦିନ ରାଜ୍ୟ ସଭାରେ ଗୃହୀତ ହୋଇଥିଲା । ରାଷ୍ଟ୍ରପତିଙ୍କ ମଂଜୁରୀ ପରେ ଏହା ଏବେ ଆଇନରେ ପରିଣତ ହୋଇଛି ।
ଏହି ଆଇନ ବଳରେ ପାକିସ୍ତାନ, ବାଂଲାଦେଶ ଓ ଆଫଗାନିସ୍ତାନରୁ ଧାର୍ମିକ ଉତ୍ପୀଡନର ଶିକାର ହୋଇ ଭାରତରେ ଦୀର୍ଘ ବର୍ଷ ଧରି ରହି ଆସୁଥିବା ହିନ୍ଦୁ, ଶିଖ୍, ବୌଦ୍ଧ, ଜୈନ, ପାର୍ସି ଏବଂ ଖ୍ରୀଷ୍ଟିଆନ୍ ସଂପ୍ରଦାୟର ଶରଣାର୍ଥୀଙ୍କୁ ଭାରତର ନାଗରିକତା ଅଧିକାର ମିଳିବ । ତେବେ ଉତର-ପୂର୍ବାଂଚଳ ରାଜ୍ୟଗୁଡିକରେ ନାଗରିକତା ସଂଶୋଧନ ବିଲ୍କୁ ବିରୋଧ କରି ତୀବ୍ର ବିରୋଧ ଚାଲିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/01/11_01_2019-11president_18843934_22254662.jpg)