ପୁଟିନଙ୍କୁ ଭେଟିବା ପରେ ଅସୁସ୍ଥ ହେଲେ ବେଲାରୁଷ ରାଷ୍ଟ୍ରପତି: ଲୁକାସେଙ୍କୋଙ୍କୁ ବିଷ ଦିଆଯାଇଥିବା ଚର୍ଚ୍ଚା

322

କନକ ବ୍ୟୁରୋ: ମସ୍କୋରେ ହୋଇଥିଲା ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଓ ବେଲାରୁସ ରାଷ୍ଟ୍ରପତି ଆଲେକଜାଣ୍ଡର ଲୁକାସେଙ୍କୋଙ୍କ ଦେଖାସାକ୍ଷାତ । ସାକ୍ଷାତର କିଛି ସମୟ ପରେ ହଠାତ ଅସୁସ୍ଥ ହୋଇପଡ଼ିଥିଲେ ଲୁକାସେଙ୍କୋ । ସଂଗେ ସଂଗେ ତାଙ୍କୁ ମସ୍କୋର ଏକ ଡ଼ାକ୍ତରଖାନାରେ ଭର୍ତି କରାଯାଇ ଚିକିତ୍ସା କରାଯାଇଥିଲା । ପୁଟିନଙ୍କ ସହ ଖୁବ ଖୁସି ମନରେ ବାର୍ତାଳାପ କରିବାର କିଛି ସମୟ ପରେ ତାଙ୍କ ଦେହ ଖରାପ ହେବାରେ ଲାଗିଲା । ରୁଷର ବିଶିଷ୍ଟ ଡ଼ାକ୍ତର ଲୁକାସେଙ୍କୋଙ୍କୁ ଚିକିତ୍ସା କରୁଥିବାବେଳେ ସ୍ଥିତି ଗମ୍ଭୀର ଥିବା ଜଣାପଡ଼ିଛି । ବେଲାରୁଷ ରାଷ୍ଟ୍ରପତିଙ୍କ ବିଷ ଦିଆଯାଇଥିବା ସନ୍ଦେହ କରାଯାଉଛି । ଅସୁସ୍ଥ ପଛରେ ପ୍ରକୃତ କାରଣ କଣ ଏହାକୁ ଜାଣିବା ପାଇଁ ବେଲାରୁଷ ରାଷ୍ଟ୍ରପତିଙ୍କ ତାଙ୍କର ରକ୍ତ ପରୀକ୍ଷା କରାଯାଇଛି ।

ପିଟିସି-ରୁଷ ରାଷ୍ଟ୍ରପତି ପୁଟିନଙ୍କୁ ଭେଟିବାର କିଛି ସମୟରେ ବେଲାରୁଷ ରାଷ୍ଟ୍ରପତି ଅସୁସ୍ଥ ହେବା ଘଟଣାକୁ ନେଇ ବିରୋଧୀ ପ୍ରତିକ୍ର୍ରିୟା ରଖିଛନ୍ତି । ବେଲାରୁଷ ରାଷ୍ଟ୍ରପତିଙ୍କୁ ଖାଦ୍ୟରେ ବିଷ ଦିଆଯାଇଥିବା ଅଭିଯୋଗ କରିଛନ୍ତି ବିରୋଧୀଦଳ ନେତା ।

ବେଲାରୁସର ରାଷ୍ଟ୍ରପତି ଲୁକାସେଙ୍କୋ ଓ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ମଧ୍ୟରେ ଖୁବ ଭଲ ସମ୍ପର୍କ ରହିଛି । ଏହା ପୂର୍ବରୁ ରୁଷର ବିଜୟ ଦିବସରେ ମଧ୍ୟ ଲୁକାସେଙ୍କୋ ସାମିଲ ହୋଇଥିଲେ ଓ ୟୁକ୍ରେନ ସହ ଯୁଦ୍ଧରେ ରୁଷକୁ ପୂର୍ଣ୍ଣ ସମର୍ଥନ ଜଣାଇ ଆସୁଛନ୍ତି । ସେପଟେ ଏକଥା ମଧ୍ୟ ଚର୍ଚ୍ଚା ହେଉଛି ପୁଟିନ ଓ ଆଲେକାଜାଣ୍ଡରଙ୍କ ମଧ୍ୟରେ ଘନିଷ୍ଠ ସମ୍ପର୍କ ଥିଲେ ସୁଦ୍ଧା ରୁଷ ସେନାକୁ ତାଙ୍କ ସ୍ଥାନରେ ନିଜ ମନପସନ୍ଦର ନେତାଙ୍କୁ ବେଲାରୁଷ ରାଷ୍ଟ୍ରପତି ଭାବେ ଦେଖିବାକୁ ଚାହୁଛି ।

ଏକଥା ମଧ୍ୟ ଚର୍ଚ୍ଚା ହେଉଛି କି ବେଲାରୁଷ ରାଷ୍ଟ୍ରପତି ଯେତେବେଳେ ଅସସ୍ଥ ହେଲେ ତାଙ୍କୁ ମସ୍କୋର ଡାକ୍ତରଖାନାରେ ଭର୍ତି କରାଯାଇଥିଲା ।ତେବେ ଏହି କଥାକୁ ଲୁଚାଇବା ପାଇଁ ସ୍ୱତନ୍ତ୍ର ବିମାନ ଯୋଗେ ତାଙ୍କୁ ବେଲାରୁଷ ରାଜଧାନୀ ମିନିସ୍କକୁ ସ୍ଥାନାନ୍ତର କରାଯାଇଛି ।

ପ୍ରାୟତ ଅସୂସ୍ଥ ବେଲାରୁଷ ରାଷ୍ଟ୍ରପତି ଲୁକାସେଙ୍କୋ । ତେଣୁ ଏନେଇ ବହୁ ସମୟରେ ଗୁଜବ ସୃଷ୍ଟି ହୋଇଥାଏ । ବର୍ତମାନର ଘଟଣା ସହ ବିଷ ଦିଆଯାଇଥିବା କଥା ଯୋଡି ଯେଉଁ ଚର୍ଚ୍ଚା ଚାଲିଛି ତାକୁ ନେଇ ଅନେକ ପ୍ରଶ୍ନ ସୃଷ୍ଟି ହୋଇଛି ।