କନକ ବ୍ୟୁରୋ : ରଙ୍ଗର ପର୍ବ ହୋଲି । ଗାଁଠୁ ସହର ସବୁଠି ଜମୁଛି ରଙ୍ଗ ଖେଳର ଆସର । ପରସ୍ପରକୁ ରଙ୍ଗ ଅବିର ବୋଳି ଉତ୍ସବ ମନାଉଛନ୍ତି ଲୋକେ । ପରସ୍ପର ମଧ୍ୟରେ ସ୍ନେହ ଓ ଆଦର ଦର୍ଶାଇବାର ଏହି ରଙ୍ଗ ଖେଳ ଏକ ମାଧ୍ୟମ ସାଜିଥାଏ । ହୋଲିକୁ ନେଇ ସବୁଆଡ଼େ ଜମୁଛି ଗୀତ ନାଚର ଆସର ।
ହୋଲି ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସମସ୍ତଙ୍କ ଜୀବନରେ ଖୁସି ଆଉ ଉଲ୍ଲାସ ଖେଳିଯାଉ ବୋଲି ଦେଶବାସୀଙ୍କ ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ଟୁଇଟ କରିଛନ୍ତି ।
ସେହିପରି ରଙ୍ଗର ପର୍ବ ହୋଲିର ଶୁଭେଚ୍ଛା ଜଣାଇଲେ ମୁଖମନ୍ତ୍ରୀ ନବୀନ ପଟ୍ଟନାୟକ । ହୋଲି ପର୍ବ ସମସ୍ତଙ୍କ ପାଇଁ ସୁଖ ଓ ସମୃଦ୍ଧିମୟ ହୋଉ ବୋଲି ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ମୁଖ୍ୟମନ୍ତ୍ରୀ । ସମସ୍ତେ ସୁରକ୍ଷିତ ଭାବେ ହୋଲି ଉତ୍ସବ ପାଳନ କରନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/03/merge1-9.jpg)