ଜମ୍ମୁ-କାଶ୍ମୀର ସହ ଲଦାଖ ଗସ୍ତ କରିବେ ରାଷ୍ଟ୍ରପତି, କାର୍ଗିଲ ବିଜୟ ଦିବସରେ ଯୁଦ୍ଧ ସ୍ମାରକରେ ଦେବେ ଶ୍ରଦ୍ଧାଞ୍ଜଳି

118

କନକ ବ୍ୟୁରୋ : ରାଷ୍ଟ୍ରପତି ରାମନାଥ କୋବିନ୍ଦ ଜୁଲାଇ ୨୫ ରୁ ୨୮ ପର୍ଯ୍ୟନ୍ତ ଜମ୍ମୁ-କାଶ୍ମୀର ଓ ଲଦାଖ ଗସ୍ତ କରିବେ । ଏହି ଗସ୍ତ ସମୟରେ ସେ ଜୁଲାଇ ୨୬ ତାରିଖ ଦିନ କାର୍ଗିଲ ଦିବସର ୨୨ ତମ ବାର୍ଷିକରେ ଯୁଦ୍ଧ ସ୍ମାରକରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବାର କାର୍ଯ୍ୟକ୍ରମ ରହିଛି । ୨୭ ତାରିଖରେ ସେ ଶ୍ରୀନଗର ଠାରେ ଥିବା କାଶ୍ମୀର ବିଶ୍ୱବିଦ୍ୟାଳୟର ୧୯ ତମ ବାର୍ଷିକ ଦୀକ୍ଷାନ୍ତ ସମାରୋହରେ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି ।

ରାଷ୍ଟ୍ରପତିଙ୍କ ଗସ୍ତକୁ ନଜରରେ ରଖି ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ରାମନାଥ କୋବିନ୍ଦ ରାଷ୍ଟ୍ରପତି ହେବା ପରେ ୨୦୧୯ ମସିହାରେ ବି ସେ କାର୍ଗିଲ ଦିବସ କାର୍ଯ୍ୟକ୍ରମରେ ଯୋଗ ଦେବାର ଥିଲା । ମାତ୍ର ଖରାପ ପାଗ କାରଣରୁ ତାଙ୍କର ଏହି ଗସ୍ତ ବାତିଲ କରାଯାଇଥିଲ ।

ରାଷ୍ଟ୍ରପତିଙ୍କ ଗସ୍ତକୁ ନଜରରେ ରଖି ସୁରକ୍ଷା ବ୍ୟବସ୍ଥା ସହିତ ସ୍ୱତନ୍ତ୍ର ଅଧିକାରୀଙ୍କୁ ମୁତୟନ କରାଯାଉଛି । ବିମାନବନ୍ଦରରୁ ସଭା ସ୍ଥଳକୁ ଯିବା ରାସ୍ତାରେ କଡା କଡି ଯାଂଚ ଚାଲିଛି । ଅନ୍ୟପଟେ ଉପତ୍ୟାକାରେ ବି ଯାଂଚକୁ ତ୍ୱରାନ୍ୱିତ କରାଯିବ ସହ ଅଧିକ ସୁରକ୍ଷାକର୍ମୀ ମୁତୟନ କରାଯାଇଛି । ଅନ୍ୟପଟେ ରାଷ୍ଟ୍ରପତିଙ୍କ ଗସ୍ତବେଳେ ଟ୍ରାଫିକ ବ୍ୟବସ୍ଥାକୁ କିଛି ସମୟ ପାଇଁ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି । କହିରଖୁ କି ଆସନ୍ତା ବର୍ଷ ଜମ୍ମୁ –କାଶ୍ମୀରରେ ବିଧାନସଭା ନିର୍ବାଚନ ହେବ ବୋଲି ଅନୁମାନ କରାଯାଉଛି । ଏନେଇ ମୁଖ୍ୟ ନିର୍ବାଚନ କମିଶନରଙ୍କ ନେତୃତ୍ୱରେ ଏକ ପୁନଃସୀମାନିର୍ଦ୍ଧାରଣ କମିଟି ଜମ୍ମୁ-କାଶ୍ମୀର ଗସ୍ତ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି ।