ଦିଲ୍ଲୀ ମେଟ୍ରୋରେ ଯାତ୍ରା କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ମେଟ୍ରୋ ଯାତ୍ରା ବେଳେ ସ୍କୁଲ ଛାତ୍ରୀଙ୍କ ସହ କଲେ ଆଲୋଚନା ।

121

କନକ ବ୍ୟୁରୋ: ମେଟ୍ରୋରେ ବୁଲିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏଭଳି ଏକ ଆକର୍ଷଣୀୟ ଦୃଶ୍ୟ ଆଜି ଦେଖିବାକୁ ମିଳିଛି ରାଜଧାନୀ ଦିଲ୍ଲୀରେ । ମେଟ୍ରୋ ଟ୍ରେନରେ ବସି ରାଷ୍ଟ୍ରପତିଙ୍କ ଯାତ୍ରା କରିବାର ଏକ ଭିଡିଓ ଏବେ ସାମ୍ନାକୁ ଆସିଛି । ଏହି ଯାତ୍ରା ସମୟରେ ସ୍କୁଲ ଯାଉଥିବା କୁନି କୁନି ପିଲାଙ୍କ ସହ କଥା ହୋଇଛନ୍ତି ମହାମହିମ ଦ୍ରୌପଦୀ ମୁର୍ମୁ ।

ଦିଲ୍ଲୀର ସାଧାରଣ ଲୋକଙ୍କ ସହ ଆଲୋଚନା କରିବା ସେମାନଙ୍କ ସମସ୍ୟା ଓ ସୁବିଧା ସମ୍ପର୍କରେ ଜାଣିବା ପାଇଁ ଏଭଳି ମେଟ୍ରୋରେ ଯାତ୍ରା କରିଛନ୍ତି ରାଷ୍ଟ୍ରପତି । ଏହି ସମୟରେ ରାଷ୍ଟ୍ରପତିଙ୍କ ସୁରକ୍ଷାକର୍ମୀ ମଧ୍ୟ ତାଙ୍କ ସହ ନଜର ଆସିଛନ୍ତି । ତେବେ ରାଷ୍ଟ୍ରପତିଙ୍କ ଭଳି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଅନେକ ଥର ଦିଲ୍ଲୀ ମେଟ୍ରୋରେ ଯାତ୍ରା କରି ସାଧାରଣ ଲୋକଙ୍କ ସମସ୍ୟା କଥା ବୁଝିଛନ୍ତି ।