ସୁପ୍ରିମକୋର୍ଟରେ ନିଯୁକ୍ତ ହେବେ ୯ ବିଚାରପତି , କଲେଜିୟମର ପ୍ରସ୍ତାବ ଉପରେ ମୋହର ଲଗାଇଲେ ରାଷ୍ଟ୍ରପତି

58

କନକ ବ୍ୟୁରୋ : ସୁପ୍ରିମକୋର୍ଟ ଦ୍ୱାରା ୯ ଜଣ ଜଜଙ୍କ ନିଯୁକ୍ତି ନେଇ କଲେଜିୟମ ତରଫରୁ ଦିଆଯାଇଥିବା ସମସ୍ତ ୯ ଜଣଙ୍କ ନାମରେ ମୋହର ଲଗାଇଛନ୍ତି ରାଷ୍ଟ୍ରପତି । ସୁପ୍ରିମକୋର୍ଟ କଲେଜିୟମ ତରଫରୁ ୯ ଜଣ ଜଜ୍ ନିଯୁକ୍ତି କରିବା ନେଇ କେନ୍ଦ୍ର ସରକାରଙ୍କୁ ଏକ ପ୍ରସ୍ତାବ ଦେଇଥିଲା । କେନ୍ଦ୍ର ସରକାର ଏହି ପ୍ରସ୍ତାବକ ଉପରେ ମୋହର ଲଗାଇ ରାଷ୍ଟ୍ରପତିଙ୍କ ନିକଟକୁ ପଠାଇଥିଲେ । ଏବେ ରାଷ୍ଟ୍ରପତି ବି ଏହି ପ୍ରସ୍ତାବ ଉପରେ ମୋହର ଲଗାଇଛନ୍ତି ।

ରାଷ୍ଟ୍ରପତିଙ୍କ ମୋହର ପରେ ଅଗଷ୍ଟ ୩୧ ତାରିଖରେ ଏହି ୯ ଜଣ ଜଜ୍ ଶପଥ ନେବେ ବୋଲି କୁହାଯାଇଛି । ଶପଥ ନେବାକୁ ଥିବା ୯ ଜଣ ଜଜଙ୍କ ମଧ୍ୟରେ ରହିଛନ୍ତି କର୍ଣ୍ଣାଟକ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଏଏସ ଓକା, ଗୁଜୁରାଟ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ବିକ୍ରମ ନାଥ, ସିକ୍କିମ ହାଇକୋର୍ଟର ମୁଖ୍ୟ ବିଚାରପତି ଜେ.କେ ମାହେଶ୍ୱରୀ, ତେଲେଙ୍ଗାନା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ହିମା କୋହଲୀ, କର୍ଣ୍ଣାଟକ ହାଇକୋର୍ଟର ମୁଖ୍ୟ ବିଚାରପତି ଭି.ବି ନାଗରତ୍ନା, କେରଳ ହାଇକୋର୍ଟର ମୁଖ୍ୟ ବିଚାରପତି ସିଟି ରବିକୁମାର, ମାଡ୍ରାସ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଏମଏମ ସୁନ୍ଦରେଶ, ଗୁଜୁରାଟ ହାଇକୋର୍ଟର ଜଷ୍ଟିସ୍ ବେଲା ଏମ୍ ତ୍ରିବେଦୀ ଓ ବରିଷ୍ଠ ଓକିଲ ପିଏମ ନରସିଂହ୍ମା ।

ପ୍ରଥମଥର ପାଇଁ ଗୋଟିଏ ଥରରେ ସୁପ୍ରିମକୋର୍ଟରେ ୯ ଜଣ ଜଜ୍ ନିଯୁକ୍ତି ପାଇବା ଦେଶ ନ୍ୟାୟ ବ୍ୟବସ୍ଥା ପାଇଁ ପ୍ରଥମ । କହିରଖୁ କି ସୁପ୍ରିମକୋର୍ଟରେ ସର୍ବାଧିକ ୩୪ ଜଣ ଜଜ୍ ରହିବାର ପ୍ରାବଧାନ ଥିବା ବେଳେ ଏବେ ୨୫ ଜଣ ଜଜ୍ ରହିଛନ୍ତି । ଏବେ ନିଯୁକ୍ତି ପାଇବାକୁ ଯାଉଥିବା ୯ ଜଣ ଜଜଙ୍କ ମଧ୍ୟରୁ ୮ ଜଣ ଜଜ୍ ଥିବା ବେଳେ ଜଣେ ଓକିଲ ରହିଛନ୍ତି ।