ଓଡ଼ିଶା ଆସିବେ ରାଷ୍ଟ୍ରପତି । ମାର୍ଚ୍ଚ ୨୧, ୨୨ରେ ୨ ଦିନିଆ ଓଡ଼ିଶା ଗସ୍ତର ରହିଛି କାର୍ଯ୍ୟକ୍ରମ ।

241

କନକ ବ୍ୟୁରୋ : ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଆସନ୍ତା ମାର୍ଚ୍ଚ ୨୧ ଏବଂ ୨୨ ତାରିଖରେ ୨ ଦିନିଆ ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି । ଗସ୍ତ ସମୟରେ ରାଉରକେଲାରେ ଆରଏସପି ଦ୍ୱାରା ପରିଚାଳିତ ଇସ୍ପାତ ଜେନେରାଲ ହସ୍ପିଟାଲର ଉଦଘାଟନ କରିବେ ରାଷ୍ଟ୍ରପତି ।

ତେବେ ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତ ପୂର୍ବରୁ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ସହ ରାଷ୍ଟ୍ରପତି ଭବନରେ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସାକ୍ଷାତ ସମୟରେ ରାଷ୍ଟ୍ରପତିଙ୍କୁ ‘ଗାମୁଛା’ ଭେଟି ଦେଇଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ଅନୁଗୁଳ ଆଠମଲ୍ଲିକର ଜଣେ ଦଳିତ କାରିଗର ନିର୍ମିତ ଗାମୁଛା ରାଷ୍ଟ୍ରପତିଙ୍କୁ ଭେଟି ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ।