କନକ ବ୍ୟୁରୋ: ମୟୂରଭଞ୍ଜ ବାରିପଦାରେ ମହାମହିମ ରାଷ୍ଟ୍ରପତି । ବାୟୁସେନାର ସ୍ୱତନ୍ତ୍ର ବିମାନରେ ଆସି ବାରିପଦା ପୁଲିସ ପଡିଆରେ ଅବତରଣ କରିଛନ୍ତି ଦ୍ରୌପଦୀ ମୁର୍ମୁ । ଏଠାରୁ ଯାଇ ସହିଦ ସ୍ମୃତି ଭବନରେ ପହଞ୍ଚିବା ପରେ ସାନ୍ତାଳି ଲେଖକ ସଙ୍ଗଠନର ବାର୍ଷିକ ଉତ୍ସବରେ ଯୋଗ ଦେଇଥିବା ସୂଚନା ରହିଛି ।
ଏହି କାର୍ଯ୍ୟକ୍ରମରେ ରାଜ୍ୟର ତଥା ରାଜ୍ୟ ବାହାରର ଲେଖକ ଲେଖିକା ସାମିଲ ହୋଇଛନ୍ତି । ସାନ୍ତାଳି ଭାଷାକୁ ମାନ୍ୟତା ମିଳିବା ପରେ ଏହା ହେଉଛି ସାନ୍ତାଳି ଲେଖକଙ୍କ ବଡ କାର୍ଯ୍ୟକ୍ରମ । ତେବେ ରାଷ୍ଟ୍ରପତିଙ୍କ ଗସ୍ତ ନେଇ ପୁରା କାର୍ଯ୍ୟକ୍ରମ ପରିସରରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯିବା ସହ ପ୍ରତ୍ୟେକଙ୍କୁ ଯାଞ୍ଚ କରି କାର୍ଯ୍ୟକ୍ରମକୁ ପ୍ରବେଶ କରିବାକୁ ଅନୁମତି ମିଳିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/11/baripada.jpg)