କନକ ବ୍ୟୁରୋ : ଭୁବନେଶ୍ୱର ତମାଣ୍ଡୋରେ ମହାମହିମ । ବ୍ରହ୍ମକୁମାରୀ କେନ୍ଦ୍ରର କଲେ ଭିତିପ୍ରସ୍ତର ସ୍ଥାପନ । ବାଟିଆରେ ଡିଭାଇନ୍ ଲାଇଟ୍ ହାଉସ୍ର କରିଛନ୍ତି ଶିଳାନ୍ୟାସ । ସେଠାରେ ଆୟୋଜନ କରାଯାଇଥିବା ବୃକ୍ଷରୋପଣ କାର୍ଯ୍ୟକ୍ରମର ଗଛ ଲଗାଇଥିଲେ ମହାମହିମ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଓଡ଼ିଶା ଗସ୍ତର ଆଜି ତୃତୀୟ ତଥା ଶେଷ ଦିନ । ରାଜଭବନରେ ଆଦିମ ଜନଜାତି ସମୁଦାୟ ସଦସ୍ୟଙ୍କ ସହ ମତ ବିନିମୟ କରିଥିଲେ ।

Advertisment

କାର୍ଯ୍ୟକ୍ରମ ଶେଷ ହେବା ପରେ ସେଠାରେ ବ୍ରହ୍ମାକୁମାରୀ ପକ୍ଷରୁ ସ୍ୱତନ୍ତ୍ର ଭୋଜନର ବ୍ୟବସ୍ଥା କରାଯାଇଛି । ରାଜ୍ୟପାଳ, ବ୍ରହ୍ମାକୁମାରୀର ବରିଷ୍ଠ ସଦସ୍ୟଙ୍କ ସହ ମଧ୍ୟାହ୍ନ ଭୋଜନ କରିବେ ରାଷ୍ଟ୍ରପତି । ଅପରାହ୍ଣ ୨ଟା ପର୍ଯ୍ୟନ୍ତ ରାଷ୍ଟ୍ରପତି ତମାଣ୍ଡୋରେ ରହିବେ । ତମାଣ୍ଡୋ କାର୍ଯ୍ୟକ୍ରମ ଶେଷ ହେବା ପରେ ରାଜଭବନ ଫେରିବେ ରାଷ୍ଟ୍ରପତି । ଏହା ପରେ ଦିଲ୍ଲୀ ଫେରିଯିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।