କନକ ବ୍ୟୁରୋ : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଆଜି ଦ୍ୱିତୀୟ ଦିନର ଗସ୍ତ । ଦ୍ୱିତୀୟ ଦିନରେ ଅନେକ ହଜିଲା ସ୍ମୃତି ସାଉଁଟିଛନ୍ତି ରାଷ୍ଟ୍ରପତି । ପ୍ରଥମେ ଖଣ୍ଡଗିରିରେ ଥିବା ତପୋବନ ହାଇସ୍କୁଲରେ ପହଂଚିଛନ୍ତି । ସେଠାରେ ଥିବା ପୁରାତନ ଛାତ୍ରଛାତ୍ରୀଙ୍କ ସହ ସ୍କୁଲ ପିଲାଙ୍କୁ ସାକ୍ଷାତ କରିଛନ୍ତି ଦ୍ରୌପଦୀ । ସ୍କୁଲରେ ପହଞ୍ଚିବା ପରେ ରାଷ୍ଟ୍ରପତିଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା । ସେଠାରେ ସେ ପିଲାମାନଙ୍କ ସହ ଆଲୋଚନା କରିଛନ୍ତି ।
ପିଲାଙ୍କ ସହିତ ଭାବବିନିମୟ କରିଥିବା ବେଳେ ତାଙ୍କର କେହି ରୋଲ୍ ମଡେଲ ନଥିବା କହିଛନ୍ତି ରାଷ୍ଟ୍ରପତି । ମୋର ଜେଜେ ମାଆ ଥିଲେ ମୋ ପାଇଁ ସବୁକିଛି । ମୁଁ ତାଙ୍କୁ ଦେଖି ଦେଖି ଛୋଟରୁ ବଡ ହୋଇଛି । ଗାଁପରିବେଶରେ କିଭଳି ଚଳିବାକୁ ହୁଏ ସମସ୍ତ ଚଳନୀ ଶିଖିଛି । ଜେଜେମା’ଙ୍କଠାରୁ ସାହସ ପାଇଛି ଓ ସାହସୀ ହୋଇଛି । ସେହିଭଳି ପିଲାବେଳେ ଦେଶବିଦେଶର କୌଣସି ଗ୍ୟାନ ନଥିଲା । ତେବେ ଆମେ ଯାହା ହେବାକୁ ଚାହୁଁଛ ତାକୁ ନିଜର ଲକ୍ଷ୍ୟ କରିନେବା ଉଚିତ୍ ବୋଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/11/28-6.jpg)