କନକ ବ୍ୟୁରୋ : କଟକରେ ରାଷ୍ଟ୍ରପତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରାଜଭବନରୁ ବାହାରି ସଡ଼କ ପଥରେ ଯାଇ ପହଞ୍ଚିଲେ ରାଷ୍ଟ୍ରପତି । ୮ ଘଣ୍ଟା ଧରି କଟକରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ ମହାମହିମ । ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ରାଷ୍ଟ୍ରପତି ପ୍ରଥମେ ମା’ ଚଣ୍ଡୀଙ୍କ ଦର୍ଶନ କରିବେ । ଏହା ସହ ହାଇକୋର୍ଟର ୭୫ ତମ ପୂର୍ତ୍ତି ଉତ୍ସବରେ ଉଦବୋଧନ ଦେବେ ମହାମହିମ । ଜାତୀୟ ଆଇନ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବ ଏବଂ ଏସସିବି ମେଡିକାଲ କଲେଜର ବାର୍ଷିକ ଉତ୍ସବରେ ରାଷ୍ଟ୍ରପତି ଯୋଗଦେବେ । ପ୍ରଥମେ କଟକ ଚଣ୍ଡି ମନ୍ଦିରରେ ପହଞ୍ଚି ସେଠାରେ ମା'ଙ୍କ ପୂଜାର୍ଚ୍ଚନା କରିବେ ରାଷ୍ଟ୍ରପତି ।
ସେଠାରୁ ଶୈଳବାଳା ମହିଳା ସ୍ୱଂୟଶାସିତ ମହା ବିଦ୍ୟାଳୟକୁ ଯିବେ ମହାମହିମ । ସେଠାରେ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବାର କାର୍ଯ୍ୟକ୍ରମ ରହିଛି । ପରେ ଓଡ଼ିଆ ବଜାର ସ୍ଥିତ ନେତାଜୀଙ୍କ ସଂଗ୍ରାହଳୟ ଯିବେ । ସେଠାରେ ସୁଭାଷ ଚନ୍ଦ୍ର ବୋଷଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବେ । ଏହା ସହ ସଂଗ୍ରାହଳୟର ବିଭିନ୍ନ ଗ୍ୟାଲେରି ବୁଲି ଦେଖିବେ ରାଷ୍ଟ୍ରପତି । ପରେ ଜବାହାରଲାଲ ଇଣ୍ଡୋର ଷ୍ଟାଡିୟମରେ ପହଞ୍ଚିବେ ।
ହାଇକୋର୍ଟର ୭୫ ବର୍ଷ ପୂର୍ତି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେବେ । ସେଠାରୁ ମ୍ୟୁଜିୟମ ଅଫ ଜଷ୍ଟିସ୍ ଓ ହାଇକୋର୍ଟ ଯିବେ ରାଷ୍ଟ୍ରପତି ମଧ୍ୟାନରେ ଏସସିବି ମେଡିକାଲ କଲେଜ ଓ ହସ୍ୱିଟାଲରେ ପହଞ୍ଚିବେ । ଛାତ୍ର ସଂସଦର କାର୍ଯ୍ୟକ୍ରମ ‘ଅରୋରା’ରେ ଯୋଗଦେବେ ମହାମହିମ । ଶେଷରେ ଜାତୀୟ ଆଇନ ବିଶ୍ୱବିଦ୍ୟାଳୟ ଯାଇ ସେଠାରେ ସମାବର୍ତ୍ତନ ଉତ୍ସବରେ ଦ୍ରୌପଦୀ ମୁର୍ମୁ ଯୋଗ ଦେବେ ।