ନ୍ୟାୟ ବ୍ୟବସ୍ଥାକୁ ନେଇ ଚିନ୍ତା ପ୍ରକଟ କଲେ ରାଷ୍ଟ୍ରପତି : କୋର୍ଟଙ୍କ ନିର୍ଦ୍ଦେଶ ପରେ ବି ଆବଶ୍ୟକ ସୁବିଧା ସୁଯୋଗ ମିଳୁନଥିବା କହିଲେ ଦ୍ରୌପଦୀ ମୁର୍ମୁ

426

କନକ ବ୍ୟୁରୋ : ନ୍ୟାୟ ବ୍ୟବସ୍ଥାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ରାଷ୍ଟ୍ରପତି ଦ୍ରୈପଦୀ ମୁର୍ମୁ । କୋର୍ଟ ଯେଉଁ ରାୟ ଦେଉଛନ୍ତି ତାହା ସଠିକ ଭାବେ ପାଳନ ହେଉନଥିବା ହୃଦବୋଧ କରିଛନ୍ତି ମହାମହିମ । ଅବସର ଥିଲା ଝାଡଖଣ୍ଡ ହାଇକୋର୍ଟର ନୂଆ କୋଠାର ପ୍ରତିଷ୍ଠା ଦିବସ । ମେ ୨୪ରେ ଏକାଠି ହୋଇଥିଲେ ଦେଶର ପ୍ରଧାନ ବିଚାରପତି ଜଷ୍ଟିସ ଚନ୍ଦ୍ରଚୁଡଙ୍କ ସମେତ ଝାଡଖଣ୍ଡ ହାଇକୋର୍ଟର ବିଚାରପତି ଏବଂ କେନ୍ଦ୍ର ଆଇନ୍ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲା ଏବଂ ଅନ୍ୟମାନେ ।

ଯଦିଓ ରାଷ୍ଟ୍ରପତିଙ୍କ ଉଦବୋଧନ କିଛି ଦିନ ତଳର କିନ୍ତୁ ଏହା ଗତକାଲିଠାରୁ ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛି । ଆଉ ନ୍ୟାୟ ବ୍ୟବସ୍ଥା ପ୍ରତି କିଭଳି ରାଷ୍ଟ୍ରପତି ଚିନ୍ତାବ୍ୟକ୍ତ କରୁଛନ୍ତି ତାହା ଦର୍ଶାଉଛି । ବୈଠକରେ ଉପସ୍ଥିତ ଥିବା ପ୍ରଧାନ ବିଚାରପତିଙ୍କୁ ମଧ୍ୟ ରାଷ୍ଟ୍ରପତି ବ୍ୟକ୍ତିଗତ ଭାବେ ନ୍ୟାୟିକ ବ୍ୟବସ୍ଥାରେ ଥିବା ଅନେକ ଦିଗ ଉପରେ ଗୁରୁତ୍ୱ ଦେବାକୁ ନିବେଦନ କରିଛନ୍ତି । ଯଦି ଜଣେ କୋର୍ଟରେ ନ୍ୟାୟ ପାଇବା ପରେ ବି ଯେଉଁସବୁ ପାଇବା କଥା ପାଉ ନାହିଁ ତାକୁ ଅନୁଧ୍ୟାନ କରିବା ଆବଶ୍ୟକ । ଏମିତିକି ଏ ଦିଗରେ କାହିଁକି ଅବହେଳା ହେଉଛି ତାକୁ ଅନୁଧ୍ୟାନ କରିବା ଆବଶ୍ୟକ ବୋଲି ରାଷ୍ଟ୍ରପତି କହିଛନ୍ତି । ଯଦି ଆଇନ୍ ନାହିଁ ତାହେଲେ ଆଇନ୍ ତିଆରି ହେବା ଆବଶ୍ୟକ ବୋଲି ରାଷ୍ଟ୍ରପତି କହିଛନ୍ତି ।