କନକ ବ୍ୟୁରୋ: ଏଥର ପୁରୀରେ ରଥଯାତ୍ରା ଦେଖିବେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଜୁଲାଇ ୬ରୁ ୯ ତାରିଖ ପର୍ଯ୍ୟନ୍ତ ୪ ଦିନିଆ ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି । ଆସନ୍ତା ୬ ତାରିଖ ଦିନ ଓଡ଼ିଶାରେ ପହଞ୍ଚିବେ ମହାମହିମ ରାଷ୍ଟ୍ରପତି । ଜୁଲାଇ ୬ରେ ଓଡ଼ିଶାରେ ପହଞ୍ଚିବା ପରେ ପ୍ରଥମେ ଗୋପବନ୍ଧୁଙ୍କ ୯୭ତମ ଶ୍ରାଦ୍ଧବାର୍ଷିକୀରେ ଯୋଗଦେବେ । ତା’ପରଦିନ ଅର୍ଥାତ ୭ ତାରିଖ ରଥଯାତ୍ରା ଦିନ ପୁରୀକୁ ଗସ୍ତ କରିବା ସହ ସେହିଦିନ ଅପରାହ୍ନରେ ରଥଯାତ୍ରା ଦେଖିବେ ମହାମହିମ ଦ୍ରୌପଦୀ ମୁର୍ମୁ । ଏହାପରେ ଜୁଲାଇ ୮ ତାରିଖ ଦିନ ସକାଳୁ ପୁରୀ ବେଳାଭୂମିରେ ମର୍ଣ୍ଣିଂ ୱାକ୍ କରିବାର କାର୍ଯ୍ୟକ୍ରମ ରହିଛି । ଏପରିକି ଖଣ୍ଡଗିରି ଓ ଉଦୟଗିରି ଗୁମ୍ଫା ମଧ୍ୟ ପରିଦର୍ଶନ କରିବେ ମହାମହିମ ଦ୍ରୌପଦୀ ମୁର୍ମୁ । ଜୁଲାଇ ୯ ତାରିଖରେ ନାଇଜର ସ୍ନାତକ ସମାରୋହରେ ଯୋଗଦେବେ ।
୪ ଦିନିଆ ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରଥଯାତ୍ରା ଦେଖିବା ସହ ବିଭିନ୍ନ କାର୍ଯ୍ୟକ୍ରମରେ ଦେବେ ଯୋଗ ।
/kanak/media/post_attachments/wp-content/uploads/2024/07/33.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)