କନକ ବ୍ୟୁରୋ : ମୟୂରଭଞ୍ଜରେ ପହଞ୍ଚିଲେ ମହାମହିମ । ବାୟୁସେନାର ସ୍ୱତନ୍ତ୍ର ବିମାନରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ହେଲିପ୍ୟାଡରୁ ସିଧାସଳଖ ଖିଚିଂ ଯିବେ ରାଷ୍ଟ୍ରପତି । ଖିଚିଂରେ ରାଷ୍ଟ୍ରପତିଙ୍କୁ ସ୍ୱାଗତ କରିବାକୁ ବ୍ୟାପକ ପ୍ରସ୍ତୁତ କରାଯାଇଛି ।

Advertisment

ଖିଚିଂର ମା’ କିଚକେଶ୍ୱରୀଙ୍କ ମନ୍ଦିରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପାଇଁ ପ୍ରସାଦ ସେବନର ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି । ପ୍ରସାଦରେ ରହିଛି ଖେଚୁଡ଼ି, କାନିକା, ଅରୁଆ ଭାତ, ବେଶର, ଲେଉଟିଆ ସାଗ, ଖଟା, ପାଏସ, କ୍ଷୀରା ଓ ବଡ଼ି ଚୁୁରା । ରାଷ୍ଟ୍ରପତିଙ୍କ ସହ ରାଜ୍ୟପାଳ ମଧ୍ୟ ପ୍ରସାଦ ସେବନ କରିବେ । ନୂଆଦିଲ୍ଲୀରୁ ରାଞ୍ଚି ବିମାନ ବନ୍ଦରରେ ପହଁଚିବା ପରେ ବାୟୁସେନାର ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ଆସି ଖିଚିଂର ପାଣ୍ଡରଶିଳ ଗାଁରେ ପହଞ୍ଚିଛନ୍ତି ରାଷ୍ଟପ୍ରତି ।

ଖିଚିଂରେ ମା’ କିଚକେଶ୍ୱରୀଙ୍କୁ ଦର୍ଶନ କରିବା ପରେ ରାଇରଙ୍ଗପୁର ଦାଣ୍ଡପୋଷ ଯାଇ କେନ୍ଦ୍ରୀୟ ବିଦ୍ୟାଳୟ ପାଶ୍ୱର୍ରେ ନିର୍ମାଣ ହେବାକୁ ଥିବା ହଲିଡେ ହୋମର ଭିତିପ୍ରସ୍ଥର ସ୍ଥାପନ ସହିତ ଭିସି ଜରିଆରେ ବିଭିନ୍ନ ପ୍ରକଳ୍ପର ଉଦଘାଟନ କରିବେ । ସଂଧ୍ୟାରେ ରାଇରଙ୍ଗପୁର ମହୁଲଡିହା ସ୍ଥିତ ନିଜ ବାସଭବନକୁ ଯିବା ସହିତ ନିଜ ପରିବାର ଓ ସମ୍ପର୍କୀୟଙ୍କ ସହ ରାତ୍ରୀଭୋଜନ କରିବେ ରାଷ୍ଟ୍ରପତି ।