ବ୍ରହ୍ମପୁରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ହେଲେ ସାମିଲ, ଅପରାହ୍ନରେ କଟକରେ ବ୍ରହ୍ମକୁମାରୀଙ୍କ ସ୍ୱର୍ଣ୍ଣ ଜୟନ୍ତୀରେ ଦେବେ ଯୋଗ ।

73

କନକ ବ୍ୟୁରୋ : ବ୍ରହ୍ମପୁରରେ ପହଞ୍ଚିଛନ୍ତି ରାଷ୍ଟ୍ରପତି ଦ୍ରøପଦୀ ମୁର୍ମୁୁ ।  ବିଜୁ ପଟ୍ଟନାୟକ ଅଡିଟୋରିୟମରେ ଆୟୋଜିତ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ୨୫ତମ ସମାବର୍ତ୍ତନ ଉତ୍ସବରେ ଯୋଗଦେଇଛନ୍ତି ରାଷ୍ଟ୍ରପତି । ଏଥିରେ ସ୍ୱର୍ଣ୍ଣ ପଦକ ପାଇବାକୁ ଥିବା ୧୦ଜଣଙ୍କୁ ପଦକ ପ୍ରଦାନ କରିବେ । ଏହାସହ ଛାତ୍ରଛାତ୍ରୀଙ୍କୁ ଉଦବୋଧନ ମଧ୍ୟ ଦେବେ ରାଷ୍ଟ୍ରପତି ।

ମଧ୍ୟାହ୍ନ ୧୨ଟା ବେଳେ ବ୍ରହ୍ମପୁରରୁ ବାହାରି ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବେ । ରାଜଭବନରେ ମଧ୍ୟାହ୍ନ ଭୋଜନ କରିବା ପରେ ଅପରାହ୍ଣ ୩ଟା ୫୦ରେ କଟକ ଇନଡୋର ଷ୍ଟାଡିୟମ ଗସ୍ତ କରିବେ । ସେଠାରେ ବ୍ରହ୍ମକୁମାରୀଙ୍କ ସ୍ୱର୍ଣ୍ଣ ଜୟନ୍ତୀ ସମାରୋହରେ ଯୋଗଦେବା ସହ ଅନ୍ୟାନ୍ୟ କାର୍ଯ୍ୟକ୍ରମ ମଧ୍ୟ ରହିଛି ।