କନକ ବ୍ୟୁରୋ : ସାରା ବିଶ୍ୱ ପାଇଁ କର୍ଳଟ ରୋଗ ଏବେ ଚିନ୍ତାର କାରଣ ପାଲଟିଛି । କର୍କଟ ରୋଗରେ ପୀଡିତ ଲୋକଙ୍କ ମୃତ୍ୟୁହାର ମଧ୍ୟ ବଢିବାରେ ଲାଗିଛି । ବିଶେଷଜ୍ଞଙ୍କ ମତ କର୍କଟ ରୋଗର ବିଳମ୍ବିତ ଚିକିତ୍ସା ପାଇଁ ମୃତ୍ୟୁହାର କମିବାରେ ଲାଗିଛି । ଦେଶର ସର୍ବାଧିକ କର୍ଳଟ ରୋଗୀଙ୍କର ଚିକିତ୍ସା ଶେଷ ପର୍ଯ୍ୟାୟରେ ହେଉଛି । ଏହି ସମୟରେ ରୋଗୀର ଚିକିତ୍ସା କରିବା ଓ ତାଙ୍କୁ ବଞ୍ଚାଇ ରଖିବା ବଡ କଷ୍ଟକର ।
ଭାରତରେ ମଧ୍ୟ କର୍ଳଟ ରୋଗ ମାନବସମାଜ ପାଇଁ ଏକ ଅଭିଶାପ ପାଲଟିଯାଇଛି । ଏନେଇ ପବଇ ସ୍ଥିତ ଆଇଆଇଟି ବମ୍ବେ ଦ୍ୱାରା ଆୟୋଜିତ ଏକ କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଦୌପଦୀ ମୁର୍ମୁ ଗୁରୁବାର ଦିନ କର୍ଳଟ ରୋଗର ଚିକିତ୍ସା ପାଇଁ ସ୍ୱଦେଶୀ ଜ୍ଞାନକୌଶଳରେ ପ୍ରସ୍ତୁତ ହୋଇଥିବା ସିଏଆର ଟି-ସେଲ ଥେରାପିର ଲଂଚ କରିଛନ୍ତି । ଆଇଆଇଟି ବମ୍ବେ ଓ ଟାଟା ମେମୋରିଆଲ ସେଣ୍ଟର ଦ୍ୱାରା ବିକଶିତ ଏହି ଜିନ୍ ଆଧାରିତ ଥେରାପି ବିଭିନ୍ନ ପ୍ରକାର କର୍ଳଟ ରୋଗକୁ ଠିକ୍ କରିବାରେ ସହାୟତା କରିବ ।
India’s first CAR-T cell therapy is developed through collaboration between the Indian Institute of Technology, Bombay and Tata Memorial Hospital in association with industry partner ImmunoACT. So, we have two of India’s pioneering research institutes in their respective fields,… pic.twitter.com/pTj8kEx9Mw
— President of India (@rashtrapatibhvn) April 4, 2024
ଦ ଲାନସେଟ ହେଲ୍ଥ ସାଉଥ-ଇଷ୍ଟ ଏଶିଆ ଜର୍ନଲରେ ପ୍ରକାଶିତ ଏକ ଅଧ୍ୟୟନ ରିପୋର୍ଟ ମୁତାବକ ଭାରତରେ ୨୦୧୯ ମସିହାରେ ୧୨ ଲକ୍ଷ କର୍କଟ ରୋଗୀ ଚିହ୍ନଟ ହୋଇଥିଲେ । ସେମାନଙ୍କ ମଧ୍ୟରୁ ୯.୩ ଲକ୍ଷ ରୋଗୀଙ୍କର ମୃତ୍ୟୁ ହୋଇଥିଲା । ଏଶିଆ ମହାଦେଶରେ କର୍କଟ ରୋଗ କ୍ଷେତ୍ରରେ ଭାରତ ଦ୍ୱିତୀୟ ସ୍ଥାନରେ ରହିଛି । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତ ହେଉଛି ସିଏଆର ଟି-ସେଲ ଥେରାପି କର୍କଟ ରୋଗ ଚିକିତ୍ସାରେ ସହାୟକ ହୋଇପାରେ ।