କନକ ବ୍ୟୁରୋ : ଗଣତନ୍ତ୍ରର ମହାନ ପର୍ବରେ ନିଜର ମତାଧିକାର ସାବ୍ୟସ୍ତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ନୂଆଦିଲ୍ଲୀର ଡ. ରାଜେନ୍ଦ୍ର ପ୍ରସାଦ କେନ୍ଦ୍ରୀୟ ବିଦ୍ୟାଳୟର ବୁଥରେ ପହଞ୍ଚି ଭୋଟ ଦେଇଛନ୍ତି ରାଷ୍ଟ୍ରପତି । ମତଦାନ କରିବା ପରେ ବେଶ ଉତ୍ସାହିତ ଅଛନ୍ତି ଦ୍ରୌପଦୀ ମୁର୍ମୁ । ରାଷ୍ଟ୍ରପତି ହେବା ପରେ ପ୍ରଥମଥର ପାଇଁ ସାଧାରଣ ନିର୍ବାଚନରେ ଭୋଟ ଦେଇଛନ୍ତି ଦ୍ରୌପଦୀ ମୁର୍ମୁ । ରାଷ୍ଟ୍ରପତି ଭାବେ ନିର୍ବାଚିତ ହେବା ପରେ ଗତବର୍ଷ ଦ୍ରୌପଦୀ ମୁର୍ମୁ ନିଜର ଭୋଟର ପରିଚୟପତ୍ର ଦିଲ୍ଲୀକୁ ସ୍ଥାନାନ୍ତରିତ କରିଥିଲେ । ଏହାପୂର୍ବରୁ ଓଡ଼ିଶାରେ ଦ୍ରୌପଦୀ ମୁର୍ମୁଙ୍କର ଭୋଟର ଆଇଡି କାର୍ଡ ରହିଥିଲା ।
![](https://cdn-icons-png.flaticon.com/512/2504/2504957.png)
Kanak News is now on WhatsApp
Join and get latest news updates delivered to you via WhatsApp
#WATCH | President Droupadi Murmu casts her vote for #LokSabhaElections2024 at a polling booth in Delhi pic.twitter.com/O8wB4aLBLG
— ANI (@ANI) May 25, 2024