କନକ ବ୍ୟୁରୋ : ଜନ୍ମମାଟିରେ ମହାମହିମ ଦ୍ରୌପଦୀ ମୁର୍ମୁ । ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ଜନ୍ମମାଟି ମୟୂରଭଞ୍ଜରେ ପହଞ୍ଚିଛନ୍ତି ରାଷ୍ଟ୍ରପତି । ମୟୂରଭଞ୍ଜର ବାଦାମ ପାହାଡ ହେଲିପ୍ୟାଡରେ ପହଞ୍ଚିବା ପରେ ଗାଁ ଅଭିମୁଖେ ଯାତ୍ରା କରିବେ ରାଷ୍ଟ୍ରପତି । ୩ ଦିନିଆ ଓଡ଼ିଶା ଗସ୍ତରେ ଆସି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ ଦ୍ରୌପଦୀ ମୁର୍ମୁ । ରାଷ୍ଟ୍ରପତି ହେବା ପରେ ଏହା ତାଙ୍କର ପ୍ରଥମ ଓଡ଼ିଶା ଗସ୍ତ । ଯାହାକୁ ସମଗ୍ର ଜିଲ୍ଲାରେ ଉତ୍ସବର ମାହୋଲ ଖେଳି ଯାଇଛି ।

Advertisment

ମୟୂରଭଞ୍ଜର ବାଦାମ ପାହାଡ ହେଲିପ୍ୟାଡରେ ପହଞ୍ଚିବା ପରେ ତାଙ୍କୁ ସ୍ୱାଗତ କରିଛନ୍ତି ରାଜ୍ୟପାଳ ଓ କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ । ଅନ୍ୟପଟେ ରାଷ୍ଟ୍ରପତିଙ୍କୁ ସ୍ୱାଗତ କରିବାକୁ ଗାଁ ମାଟିରେ ଜୋରଦାର ପ୍ରସ୍ତୁତି ସରିଛି ।

ଜନ୍ମମାଟିରେ ପହଞ୍ଚିବା ପରେ ସ୍ୱାମୀ ସର୍ଗତ ଶ୍ୟାମଚରଣ ମୁର୍ମୁଙ୍କ ସମାଧିରେ ପୁଷ୍ପମାଲ୍ୟ ଅର୍ପଣ କରିବେ । ସେଠାରୁ ଗୋଷାଣୀ ନୂଆଗାଁ ଗସ୍ତରେ ଯିବେ । ସେଠାରେ ନାବାର୍ଡ ଦ୍ୱାରା ତିଆରି ହେଉଥିବା ଏସ୍ଏଲ୍ଏସ୍ ଟ୍ରଷ୍ଟ ସ୍କୁଲ କମ୍ୟୁନିଟି ସେଂଟରର ଲୋକାର୍ପଣ କରିବେ । ଏହା ସହ ଏଲ୍ ଆଣ୍ଡ ଟି ଦ୍ୱାରା ନିର୍ମାଣ ହେଉଥିବା ସ୍କିଲ ହବର ମଧ୍ୟ ଲୋକାର୍ପଣ କରିବାର କାର୍ଯ୍ୟକ୍ରମ ରହିଛି । ସ୍କୁଲ ଛାତ୍ରଛାତ୍ରୀ ଓ ଗାଁ ଲୋକଙ୍କ ସହ ଭାବ ବିନିମୟ କରିବେ ରାଷ୍ଟ୍ରପତି । ଅପରାହ୍ନ ୧୨ଟା ୩୦ରେ ପାହାଡପୁରରୁ ବାହାରି ୧୨ଟା ୪୫ରେ ହାଟବଦ୍ରା ସ୍ଥିତ ବ୍ରହ୍ମକୁମାରୀ କେନ୍ଦ୍ରରେ ପହଂଚିବେ । ସେଠାରେ ନିଶାମୁକ୍ତି ଓଡ଼ିଶା କ୍ୟାମ୍ପେନର ଶୁଭାରମ୍ଭ କରିବେ ।