କନକ ବ୍ୟୁରୋ : ୩ ଦିନିଆ ଓଡିଶା ଗସ୍ତରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଭୁବନେଶ୍ୱରରେ ପହଞ୍ଚିବା ପରେ ବିମାନବନ୍ଦରରୁ ରାଜଭବନ ଯିବା ବାଟରେ ଗାଡିରୁ ଓହ୍ଲାଇ ଲୋକଙ୍କୁ ଭେଟିଛନ୍ତି ରାଷ୍ଟ୍ରପତି । ଆଜି ରାଷ୍ଟ୍ରପତିଙ୍କର କଟକ ଗସ୍ତ ରହିଛି । କଟକରେ ମା’ ଚଣ୍ଡୀଙ୍କ ଦର୍ଶନ ସହ ହାଇକୋର୍ଟର ୭୫ ତମ ପୂର୍ତ୍ତି ଉତ୍ସବରେ ଉଦବୋଧନ ଦେବେ ମହାମହିମ । ଆଜି ସକାଳ ୮ଟାରେ ରାଜଭବନରୁ ବାହାରି ଭୁବନେଶ୍ୱର ବିମାନବନ୍ଦର ଯିବେ । ସେଠାରୁ ସ୍ୱତନ୍ତ୍ର ହେଲିକ୍ୟାପ୍ଟରରେ କଟକ ଗସ୍ତ କରିବେ ରାଷ୍ଟ୍ରପତି ।
ସକାଳ ୯ ଟା ୨୦ରେ ପ୍ରଥମେ ଚଣ୍ଡି ମନ୍ଦିର ଯାଇ ମାଆଙ୍କ ଦର୍ଶନ କରିବେ । ହାଇକୋର୍ଟର ୭୫ ତମ ପ୍ରତିଷ୍ଠା ଦିବସ ସହ ଜାତୀୟ ଆଇନ ବିଶ୍ୱବିଦ୍ୟାଳୟର ସମାବର୍ତନ ଉତ୍ସବ ଏବଂ ଏସସିବି ମେଡିକାଲ କଲେଜର ବାର୍ଷିକ ଉତ୍ସବରେ ରାଷ୍ଟ୍ରପତି ଯୋଗଦେବେ । ସନ୍ଧ୍ୟାରେ ପୁଣି ରାଜଭବନକୁ ଫେରି ରାତ୍ରୀଯାପନ କରିବେ । ଆସନ୍ତାକାଲି ସକାଳରେ ରାଜଭବନରେ ଆଦିମ ଜନଜାତି ସମ୍ପ୍ରଦାୟ ସଦସ୍ୟଙ୍କ ସହ ମତ ବିନିମୟ କରିବେ । ସେହିପରି ସେହିଦିନ ତମାଣ୍ଡୋ ଦଶବାଟିଆରେ ବ୍ରହ୍ମକୁମାରୀ ସେଂଟରରେ ପହଂଚିବେ । ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଜୋରଦାର ପ୍ରସ୍ତୁତି କରାଯାଇଛି ।
କିଛି ସମୟ ପରେ କଟକ ବାହାରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ପାଖାପାଖି ୮ ଘଣ୍ଟା ଧରି କଟକରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ । ଏଥିପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ୬୫ ପ୍ଲାଟୁନ ଫୋର୍ସ ଓ ୨୮୫ ଅଫିସର ସୁରକ୍ଷା ଦାୟିତ୍ୱରେ ନିୟୋଜିତ ହୋଇଛନ୍ତି ।
ସକାଳ ୯ ଟା ୧୫ ମିନିଟରେ କଟକ ଚଣ୍ଡି ମନ୍ଦିରରେ ପହଂଚିବେ ରାଷ୍ଟ୍ରପତି
୯.୪୫ ମିନିଟ୍ ପର୍ଯ୍ୟନ୍ତ ମନ୍ଦିରରେ ରହି କରିବେ ପୂଜାର୍ଚ୍ଚନା
ସେଠାରୁ ଶୈଳବାଳା ମହିଳା ସ୍ୱଂୟଶାସିତ ମହା ବିଦ୍ୟାଳୟକୁ ଯିବେ
ସେଠାରେ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରିବେ
୧୦ଟା ୧୫ରେ ଓଡ଼ିଆ ବଜାର ସ୍ଥିତ ନେତାଜୀଙ୍କ ସଂଗ୍ରାହଳୟରେ ପହଂଚିବେ
ସୁଭାଷ ଚନ୍ଦ୍ର ବୋଷଙ୍କ ପ୍ରତିମୂତିରେ ମାଲ୍ୟାର୍ପଣ କରିବେ
ସଂଗ୍ରାହଳୟର ବିଭିନ୍ନ ଗ୍ୟାଲେରି ବୁଲି ଦେଖିବେ ରାଷ୍ଟ୍ରପତି
୧୦ ଟା ୪୫ରେ ଜବାହାରଲାଲ ଇଣ୍ଡୋର ଷ୍ଟାଡିୟମରେ ପହଂଚିବେ
ହାଇକୋର୍ଟର ୭୫ ବର୍ଷ ପୂର୍ତି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେବେ
ସେଠାରୁ ମ୍ୟୁଜିୟମ ଅଫ ଜଷ୍ଟିସ୍ ଓ ହାଇକୋର୍ଟ ଯିବେ ରାଷ୍ଟ୍ରପତି
ମଧ୍ୟାନ ୨ଟା ୫୦ରେ ଏସସିବି ମେଡିକାଲ କଲେଜ ଓ ହସ୍ୱିଟାଲରେ ପହଂଚିବେ
ଛାତ୍ର ସଂସଦର କାର୍ଯ୍ୟକ୍ରମ ‘ଅରୋରା’ରେ ଯୋଗଦେବେ ମହାମହିମ
ଅପରାହ୍ଣ ୪ଟା ୫ ମିନିଟରେ ଜାତୀୟ ଆଇନ ବିଶ୍ୱବିଦ୍ୟାଳୟ ଯିବେ
ସେଠାରେ ସମାବର୍ତନ ଉତ୍ସବରେ ଯୋଗଦେବେ ଦ୍ରୌପଦୀ ମୁର୍ମୁ